କଟକ : ଫଣି କ୍ଷତିଗ୍ରସ୍ତ ହିତାଧିକାରୀ ଚୟନ ଦୁର୍ନୀତିର ପୁନଃ ତଦନ୍ତ ପାଇଁ ଜିଲ୍ଲାପାଳ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ମାହାଙ୍ଗା ଓ ନିଶ୍ଚିତକୋଇଲିରେ ପୁଣି ଥରେ ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ବ୍ୟତିକ୍ରମ ଦେଖାଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ଓ ଉଭୟ ଅଯୋଗ୍ୟ ହିତାଧିକାରୀ ଓ ଚୟନକର୍ତ୍ତା ଅଧିକାରୀ ଦଣ୍ଡିତ ହେବେ ବୋଲି ମଧ୍ୟ ଜିଲ୍ଲାପାଳ କହିଛନ୍ତି। ଓପିଡ଼ିଆର ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ସୂଚନା ଯୋଗ୍ୟ, ଆଜି ନିଶ୍ଚିତକୋଇଲି ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଥିଲା। ଏହି ଜନଶୁଣାଣିରେ କାର୍ଯ୍ୟକ୍ରମରେ ହିତାଧିକାରୀମାନେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଥିଲେ।
ଫଣି କ୍ଷତିଗ୍ରସ୍ତ ହିତାଧିକାରୀ ଚୟନ ଦୁର୍ନୀତିର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
Popular Categories



