www.samajalive.in
Wednesday, December 10, 2025
16.1 C
Bhubaneswar

ଜାଣନ୍ତୁ ଭାରତରେ ଇଣ୍ଟରନେଟ ସେବା ଉପରେ କେତେଥର ଲାଗିଛି କଟକଣା

ନୂଆଦିଲ୍ଲୀ : ଦେଶରେ କୌଣସି ଘଟଣାକୁ ନେଇ ଅପତ୍ତି ଜନକ ପରିସ୍ଥିତି ସୃଷ୍ଟି ହେଲେ ଏହାର ମାତ୍ରାକୁ କିଛି ପରିମାଣରେ ହ୍ରାସ କରିବା ପାଇଁ ଧାରା ୧୪୪ ଅନୁସାରେ ଇଣ୍ଚରନେଟ ସେବା ଉପରେ କଟକଣା ଆଦେଶ ଦିଆଯାଇ ଇଣ୍ଟରନେଟ ବ୍ୟବହାରକୁ ବନ୍ଦ କରାଯାଇଥାଏ। ଇଣ୍ଡିଆନ କାଉନସିଲ ଫର ରିସର୍ଚ / ଇଣ୍ଟରନେଟ ଇକୋନୋମିକ ରିପୋର୍ଟ ମୁତାବକ ଇଣ୍ଟରନେଟ ବନ୍ଦ କରିବାରେ ଅନ୍ୟଦେଶ ତୁଳନାରେ ଭାରତ ଆଗରେ ଅଛି। ଇଣ୍ଟରନେଟ ସେବା ବନ୍ଦ ଦ୍ବାରା ଦେଶର ଆର୍ଥିକ କ୍ଷତି ମଧ୍ୟ ଘଟିଥାଏ।

image credit- nightcourses .com

ଇଣ୍ଟରନେଟ ସେବା ବନ୍ଦ କରିବା ପାଇଁ କାହାର ନିଆଯାଇଥାଏ ପରାମର୍ଶ :

- Advertisement -

# କେନ୍ଦ୍ର ଓ ରାଜ୍ୟ ଗୃହ ସଚିବ ଏହି ଇଣ୍ଟରନେଟ ସେବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ।

#  ଏହି ନିର୍ଦ୍ଦେଶ ଏସପି କିମ୍ବା ତାଙ୍କ ଉପର ଅଫିସର ଅଧିକାରୀଙ୍କ ଦ୍ବାରା ଏହି ନିର୍ଦ୍ଦେଶ ପଠାଯାଇଥାଏ। ଏହାପରେ ଅଧିକାରୀମାନେ ଟେଲିକମ କମ୍ପାନୀକୁ ସେହି ରାଜ୍ୟର ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି।

ଏହି ନିର୍ଦ୍ଦେଶ ପରେ ରିଭ୍ୟୁ ପେନାଲଙ୍କ ପାଖକୁ ପଠାଯାଇଥାଏ। ଏହି ପେନାଲରେ ପାଞ୍ଚଦିନ ପର୍ଯ୍ୟନ୍ତ ରିଭ୍ୟୁ କରାଯାଇଥାଏ। ଏହି ରିବ୍ୟୁ ପେନାଲ କ୍ୟାବିନେଟ ସଚିବ, ଆଇନ ସଚିବ ଓ ଟେଲିକମ୍ୟୁନିକେଶନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥାଏ। ଏହାସହ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ରିବ୍ୟୁ ନିର୍ଦ୍ଦେଶରେ ରାଜ୍ୟ ମୁଖ୍ୟ ସଚିବ ଓ ଆଇନ ସଚିବ ସାମିଲ ହୋଇଥାନ୍ତି। ଏହି ରିବ୍ୟୁ ପେନାଲରେ ଅନୁମାତି ମିଳିଲାପରେ ଇଣ୍ଟରନେଟ ବ୍ୟାନ କରାଯାଇଥାଏ।

କେନ୍ଦ୍ର ଓ ରାଜ୍ୟ ଗୃହ ସଚିବଙ୍କ ଦ୍ବାରା ବଛାଯାଇଥିବା ଯୁଗ୍ମ ସଚିବଙ୍କ ନିର୍ଦ୍ଦେଶ ପରେ ଧାରା ୧୪୪ ଆଧାରରେ ଇଣ୍ଚରନେଟ ସେବା ଉପରେ କଟକଣା ଆଦେଶ ଦିଆଯାଇଥାଏ। କିନ୍ତି ଏହାପାଇଁ ଯୁଗ୍ମ ସଚିବଙ୍କୁ ୨୪ ଘଣ୍ଟା ମଧ୍ୟରେ ଗୃହ ସଚିବଙ୍କ ଅନୁମତି ନେବାକୁ ପଡ଼ିଥାଏ।

ଇଣ୍ଟରନେଟ ସେବା କଟକଣା ଉପରେ ନିୟମରେ ପରିବର୍ତ୍ତନ :୨୦୧୭ ମସିହା ପୂର୍ବରୁ ଇଣ୍ଟରନେଟ ବନ୍ଦ କରିବା ପାଇଁ ଡିଏମ ନିର୍ଦ୍ଦେଶ ଜାରି କରୁଥିଲେ। ଏବେ କେନ୍ଦ୍ରସରକାର ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ ୧୮୮୫ ଅନୁସାରେ ପବ୍ଲିକ ଇମରଜେନ୍ସି ଓ ପବ୍ଲିକ ସେଫଟି ନିୟମକୁ ବଦଳାଯାଇଥିଲା। ଏହାପରେ କେନ୍ଦ୍ର କିମ୍ବା ରାଜ୍ୟ ଗୃହ ସଟିବ ଇଣ୍ଚରନେଟ କଟକଣା ଉପରେ  ଆଦେଶ ଦେଇପାରିବେ।

ଇଣ୍ଟରନେଟ ସଟଡାଉନ ଓ୍ବେବସାଇଟର ସୂଚନା ମୁତାବକ,  ଭାରତରେ ୨୦୧୨ରୁ ୨୦୧୯ ମସିହା ପର୍ଯ୍ୟନ୍ତ ୩୭୪ ଥର ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। କାଶ୍ମୀରରେ ୧୮୦ ,  ରାଜାସ୍ଥାନରେ ୬୪ , ଉତ୍ତପ୍ରଦେଶରେ ୨୫ ବିହାରରେ ୧୧, ଉତ୍ତରାଖଣ୍ଡରେ ୨ ଥର ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୧୦ଥର , ଆନ୍ଧ୍ରପ୍ରଦେଶ ଓ ତାମିଲ ନାଡୁରେ ୧ ଥର ଓ ପଶ୍ଟିମବଙ୍ଗରେ ୫ଥର ବନ୍ଦ କରାଯାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories