www.samajalive.in
Monday, December 8, 2025
24.1 C
Bhubaneswar

୨୭ରୁ ରୋଟାରୀର ଆର୍ନ୍ତଜାତୀୟ ପ୍ରତିଭା ନିର୍ମାଣ ଶିବିର ‘ରୈଲା’ 

ସମ୍ବଲପୁର : ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ତରଫରୁ ଆସନ୍ତା ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ବ୍ୟାପି ସମ୍ବଲପୁର ଠାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା ନିର୍ମାଣ ପାଇଁ ଏକ ଆର୍ନ୍ତଜାତୀୟ ପ୍ରଶିକ୍ଷଣ ଶିବିର ‘ରୈଲା’ର ଆୟୋଜନ କରାଯାଉଛି। ଏ ସର୍ମ୍ପକରେ ସ୍ଥାନୀୟ ହୋଟେଲ ରେସିଡେନ୍ସିରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶିବିରର ଆୟୋଜକ ରୋଟାରୀ କ୍ଲବ ସମ୍ବଲପୁର ଗ୍ରେଟରର ସଭାପତି ମହମ୍ମଦ ପବେଜ ଅଲ୍ଲୀ ଖାନ କହିଛନ୍ତି ଯେ, ପାଠ ପଢ଼ା ସହିତ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା ନିର୍ମାଣ ମଧ୍ୟ ନିତାନ୍ତ ଜରୁରୀ ଅଟେ। ଏଣୁ ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭା ନିର୍ମାଣ ପାଇଁ ଏହି ଆର୍ନ୍ତଜାତୀୟ ପ୍ରଶିକ୍ଷଣ ଶିବରର ଆୟୋଜନ କରାଯାଇଛି। ସାରା ବିଶ୍ୱରରେ ରୋଟାରୀର ୫୩୫ଟି ଡିଷ୍ଟ୍ରିକ୍ଟ ଥିବା ବେଳେ ପ୍ରଥମ ଥର ପାଇଁ ରୋଟାରୀ କ୍ଲବର ‘୩୨୬୧’ ଡିଷ୍ଟ୍ରିକ୍ଟ ତରଫରୁ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆର୍ନ୍ତଜାତୀୟ ପ୍ରଶିକ୍ଷଣ ଶିବରରେ ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ସମେତ ଆମେରିକା, ବ୍ରାଜିଲ, ଆର୍ଜେନ୍ଟିନା ଆଦି ଦେଶରୁ ମଧ୍ୟ ଛାତ୍ରଛାତ୍ରୀ ମାନେ ଭାଗ ନେବେ।

ସ୍ଥାନୀୟ ବୈଦିକ ଇନ୍ଟର ନ୍ୟାସନାଲ ସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବରରେ ୪୦୦ ଜଣ ପ୍ରତିଭାଗୀ ନେବେ। ୨୭ ତାରିଖର ଅପରାହ୍ନରେ ଏହି ପ୍ରଶିକ୍ଷଣ ଶିବରର ଉଦଘାଟନୀ ଉତ୍ସବରେ ଲୋକସଭା ସାଂସଦ ତଥା କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି, ଆଜତକ ଚ୍ୟାନେଲ (ତେଜ)ର ଏକଜ୍ୟୁକିଟିଭ ଡାଇରେକ୍ଟର ସଞ୍ଜୟ ସିହ୍ନା ବିଶିଷ୍ଟ ଅତିଥି, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ ସମ୍ମାନୀତ ଅତିଥି ଭାବରେ ଯୋଗ ଦେବେ। ଏହି ଶିବରରେ ପ୍ରଖ୍ୟାତ କ୍ଲାପ ଥେରାପିଷ୍ଟ ଅରୁଣ ଋଷି (ସ୍ୱର୍ଗୀୟ), ବିଶିଷ୍ଟ ପ୍ରେରଣାଦାୟୀ ବାଚକ ଜାକିର ହୁସେନ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ପ୍ରତିଭା ନିର୍ମାଣ ପାଇଁ ପ୍ରଶିକ୍ଷଣ ଦେବେ। ଏହି ତିନି ଦିନିଆ ଶିବିରରେ ପ୍ରତିଭା ନିର୍ମାଣ ପାଇଁ ଲିଡରସିପ, ଟିମ ୱାର୍କ, ଟାଇମ ମେନେଜମେନ୍ଟ, ସୋସିଆଲ ରିଲେସନ ବିଲଡିଂ, ଏଡଭେନଚର, ପାହାଡ ଚଢ଼ା ଆଦି ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଶିବିରାର୍ଥୀ ମାନଙ୍କୁ ଦିଆଯିବ। ୨୮ ତାରିଖରେ ସ୍ଥାନୀୟ ପ୍ରକୃତି କ୍ଷେତ୍ର ‘ଡେବ୍ରିଗଡ’ କୁ ଶିବିରାର୍ଥୀ ମାନେ ପରିଦର୍ଶନ କରିବେ।

- Advertisement -

ଏହା ଦ୍ୱାରା ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ସହିତ ବିଭିନ୍ନ ଏଡଭେନଚର କାର୍ଯ୍ୟକ୍ରମରେ ଶିବିରାର୍ଥୀ ମାନେ ଭାଗ ନେଇ ପାରିବେ। ଏହା ସହିତ ଅଞ୍ଚଳର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରିଙ୍କୁ ସାହୁ ଓ ପ୍ରମୋଦ ମହାପାତ୍ର ଙ୍କ ସଂଯୋଜନାରେ ଏକ ସମ୍ବଲପୁରୀ ଫେସନ ଶୋ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାନ ଆୟୋଜନ ହେବ। ଏହି ଆର୍ନ୍ତଜାତୀୟ ଶିବିର ୨୯ ତାରିଖ ଅପରାହ୍ନରେ ଶେଷ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଗ୍ରେଟରର ସମ୍ପାଦକ ବିଲାଲ ମଲ୍ଲିକ, ରୈଲାର ଡିଷ୍ଟ୍ରିକ୍ଟ ଉପଦେଷ୍ଟା ହରଜିତ ସିଂହ ହୁରା, ରୈଲାର ଡିଷ୍ଟ୍ରିକ୍ଟ ଚେୟାରମେନ ଆନନ୍ଦ ଅଗ୍ରୱାଲ, ସଂଯୋଜକ ରାଜକିଶୋର ଦାଶ, ରୈଲାର ସମ୍ପାଦକ ଆନନ୍ଦ କୁମାର ମିଶ୍ର, ଭୋଲା ମହତମ, ଘନଶ୍ୟାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories