www.samajalive.in
Monday, December 8, 2025
14.1 C
Bhubaneswar

ରାମଲୀଳା ମଇଦାନରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିପାରନ୍ତି ପାକ୍‌ ଆତଙ୍କବାଦୀ: ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୨୨ ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା ଏକ ବିଶାଳ ରାଲିରେ ଆତଙ୍କବାଦୀମାନେ ମୋଦୀଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ରହିଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ(ଏସପିଜି) ଏବଂ ଦିଲ୍ଲୀ ପୁଲିସକୁ ସତର୍କ କରାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ବ୍ଲୁ ବୁକ୍‌ରେ ରହିଥିବା ସୁରକ୍ଷା ସମ୍ପର୍କିତ ନିୟମାବଳୀକୁ ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କୀମାନେ ଏବେ ଭାରତରେ ସକ୍ରିୟ ରହିଥିବା ସୂଚନା ମିଳିଛି। ରାମଲୀଳା ମଇଦାନ କାର୍ଯ୍ୟକ୍ରମ ସମୟରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିପାରନ୍ତି। ଏଠାରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର କ୍ୟାବିନେଟର ଅନେକ ମନ୍ତ୍ରୀ ଏବଂ ବହୁ ସଂଖ୍ୟାରେ ଲୋକ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମାଗମ ହେବାର ଆଶା କରାଯାଉଥିବାରୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରିପାରନ୍ତି। ରାମଲୀଳା ମଇଦାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦାୟିତ୍ଵ ଦିଲ୍ଲୀ ପୁଲିସ ଏବଂ ଏସପିଜିର। ତେଣୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବା ଲାଗି ବ୍ଲୁ ବୁକ୍‌ର ଚାପ୍ଟର ୧୦ରେ ରହିଥିବା ଗାଇଡ୍‌ଲାଇନକୁ ଅନୁସରଣ କରାଯାଇ ପାରିବ।

- Advertisement -

ଗୁଇନ୍ଦା ବିଭାଗ ଆହୁରି କହିଛି ଯେ, ନିକଟରେ ଭାରତ ପକ୍ଷରୁ ନାଗରିକତା ଆଇନ ଲାଗୁ ହେବା, ଅଯୋଧ୍ୟା ମାମଲାର ରାୟ, ଧାରା ୩୭୦ ଉଚ୍ଛେଦ ଭଳି ଶକ୍ତ ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ସେନା ପକ୍ଷରୁ ସର୍ଜିକାଲ ଷ୍ଟାଇକ୍‌ ମଧ୍ୟ କରାଯାଇଛି। ଏସବୁ ଦୃଶ୍ୟପଟରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପାକ୍‌ ସେନାର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଆତଙ୍କବାଦୀମାନଙ୍କୁ ଭିତ୍ତିଭୂମି ଏବଂ ଆର୍ଥିକ ସହାୟତା ​‌ଯୋଗାଇ ଦେଉଛି।

ଗତ ଅକ୍ଟୋବରରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ଏକ ଚିଠି ମିଳିଥିଲା, ଯେଉଁଥିରେ ପାକ୍‌ ଆତଙ୍କବାଦୀ ସଂଗଠନ ଲଶ୍କର ପକ୍ଷରୁ ଭାରତୀୟ ରାଜନେତାମାନଙ୍କୁ ଟାର୍ଗେଟ କରାଯିବା ନେଇ ଦର୍ଶାଯାଇଥିଲା। ଜାମ୍ମୁ-କାଶ୍ମୀରରେ ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ସ୍ବରୂପ ଆକ୍ରମଣ କରିବା ଲାଗି ଲଶ୍କର ଯୋଜନା କରୁଥିବା ଚିଠିରୁ ସୂଚନା ମିଳିଥିଲା। ସେହିପରି ଗତ ସେପ୍ଟେମ୍ବରରେ ମଧ୍ୟ ଜୈଶ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ଆକ୍ରମଣ ଧମକ ଦିଆଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories