www.samajalive.in
Wednesday, December 10, 2025
18.1 C
Bhubaneswar

ପାକିସ୍ତାନକୁ ସେନାର କଡ଼ା ଜବାବ; ଏକାଧିକ ପାକ୍‌ ସୈନ୍ୟ ଓ ଆତଙ୍କବାଦୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାର କୃଷ୍ଣା ଘାଟି ଏବଂ ମନକୋଟ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯିବା ଫଳରେ ତତ୍ତାପାନୀ ଏବଂ କୁପୱାଡ଼ା ସେକ୍ଟରରେ ଥିବା ଆତଙ୍କବାଦୀଙ୍କ ଅନେକ ଲଞ୍ଚପ୍ୟାଡ୍‌ ଧ୍ଵଂସ ହୋଇଯାଇଛି। ଏହା ସହିତ କୁପୱାଡ଼ା ସେକ୍ଟର ସାମ୍ନା ଅଥମୁକ୍କମ ସ୍ଥିତ ପାକିସ୍ତାନୀ ବ୍ରିଗେଡ୍‌ କାର୍ଯ୍ୟାଳୟ, ଏସଏସଜି କେନ୍ଦ୍ରକୁ ମଧ୍ୟ କ୍ଷତି ପହଞ୍ଚିଛି। ସେନାର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକାଧିକ ସୈନ୍ୟ ଏବଂ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ସେନାକୁ ଖବର ମିଳିଥିଲା ଯେ, ଲଶ୍କର-ଏ-ତୋଇବା ଏବଂ ଜୈଶ ଆତଙ୍କୀ ସଂଗଠନର ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟରେ ଏକାଠି ହୋଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇବାରେ ସହଯୋଗ କରିବା ଲାଗି ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଫଳରେ ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା। ଭାରତୀୟ ସେନାର ପ୍ରତିଆକ୍ରମଣରେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କର କ’ଣ କ୍ଷୟକ୍ଷତି ଘଟିଛି ତାହାର ପ୍ରକୃତ ତଥ୍ୟ ଜଣାପଡ଼ି ନାହିଁ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories