www.samajalive.in
Wednesday, December 10, 2025
18.1 C
Bhubaneswar

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୧୬ ଆସନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଜାରି, ୨୩ରେ ଫଳାଫଳ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଶୁକ୍ରବାର ୫ମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ୧୬ ଆସନ ପାଇଁ ମତଦାନ ଚାଲିଛି। ଏସବୁ ଆସନ ପାଇଁ ୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ମୋଟ ୪୦ ଲକ୍ଷ ୫ ହଜାର ୨୦୦ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରି​‌ବେ। ଏହି ପର୍ଯ୍ୟାୟରେ କଂଗ୍ରେସ-ଜେଏମଏମ-ଆରଜେଡି ମେଣ୍ଟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ହେମନ୍ତ ସୋରେନଙ୍କ ସମେତ ରଣଧୀର ସିଂହ, ରାଜ ପାଲିସ୍ବାର ଏବଂ ଲୁଇସ ମାରାଣ୍ଡିଙ୍କ ଭଳି ହେଭିୱେଟ୍‌ ନେତାମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି।

୨୦୧୪ ନିର୍ବାଚନରେ ଏହି ୧୬ଟି ଆସନ ମଧ୍ୟରୁ ବିଜେପି ଏବଂ ଜେଏମଏମ ୬ଟି ଲେଖାଏ ଆସନରେ ବିଜୟୀ ହୋଇଥିଲେ। ଅନ୍ୟପଟେ କଂଗ୍ରେସ ୩ ଏବଂ ଜେଭିଏମ ଗୋଟିଏ ଆସନ ପାଇଥିଲା। ୨୦୧୯ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁନୀଲ ସୋରେନ ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କୁ ପରାଜିତ କରିଥିଲେ।

- Advertisement -

ମୋଟ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ୬୫ ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ୫ମ ପର୍ଯ୍ୟାୟ ଶେଷ ହେବା ପରେ ଆସନ୍ତା ୨୩ ତାରିଖରେ ଭୋଟ ଗଣତି ହେବ ଏବଂ ସେହିଦିନ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇଯିବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories