www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଥମ ଥର ପାଇଁ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅପାରଶକ୍ତି ଖୁରାନା

ମୁମ୍ବଇ: ଅନେକ ଚଳଚ୍ଚିତ୍ରରେ ସହ କଳାକାର ଭାବେ ନଜର ଆସିଥିବା ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସାନ ଭାଇ ଅପାରଶକ୍ତି ଖୁରାନାଙ୍କୁ ଖୁବ୍‍ଶୀଘ୍ର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁସାରେ, ଦିନୋ ମୋରେଆଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଥିବା ଏକ ଚଳଚ୍ଚିତ୍ରରେ ଅପାରଶକ୍ତି ନାୟକ ଭୂମିକାରେ ଅଭିନୟ କରିବେ। ଏହା ସହିତ ଅଭିନେତ୍ରୀ ପ୍ରନୂତନ ବହଲଙ୍କୁ ତାଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ତେବେ ପ୍ରୋଜେକ୍ଟ ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ। ଚଳଚ୍ଚିତ୍ରର ନାଁ ମଧ୍ୟ ଘୋଷଣା କରାଯାଇ ନାହିଁ।

- Advertisement -

ସୂଚନାଯୋଗ୍ୟ, ଅପାରଶକ୍ତି ‘ହାପି ଫିର୍‍ ଭାଗ୍‍ ଜାଏଗୀ’, ‘ବଦ୍ରୀନାଥ କି ଦୁହ୍ଲନିଆ’, ‘ଲୁକା ଛୁପି’, ‘ଜବରିୟା ଯୋଡ଼ି’, ‘ସ୍ତ୍ରୀ’, ‘ଦଙ୍ଗଲ’ ଏବଂ ‘ପତି ପତ୍ନୀ ଔର୍‍ ୱୋ’ ଆଦି ଅନେକ ଚଳଚ୍ଚିତ୍ରରେ ସହ କଳାକାର ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories