www.samajalive.in
Monday, December 8, 2025
24.1 C
Bhubaneswar

ଲିଟିଲ୍‍ଷ୍ଟାର ଗ୍ରୁପ ପକ୍ଷରୁ ଶିକ୍ଷାବିକାଶ ଯାତ୍ରା

ଭୁବନେଶ୍ୱର : ପିଲାମାନଙ୍କୁ ବିଦ୍ୟାଳୟ ଚାରିକାନ୍ଥ ଭିତରୁ ବାହାର କରି ବାହାର ଦୁନିଆ ବିଷୟରେ ଜ୍ଞାନପ୍ରଦାନ କରିବା ଲକ୍ଷ୍ୟରେ ନିମାପଡ଼ା ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ୍‍ଷ୍ଟାର ଗ୍ରୁପ ପକ୍ଷରୁ ୧୫ତମ ଶିକ୍ଷାବିକାଶ ଯାତ୍ରା ବୁଧବାର ଅର୍ଥାତ ଆଜି ଅନୁଷ୍ଠିତ ହୋଇଯାଇଛି। ଗ୍ରୁପର ସଂପାଦକ ସୁମନ୍ତ ମହାରଣାଙ୍କ ନେତୃତ୍ୱରେ ଏକ ଶିଶୁ ପ୍ରତିନିଧି ଦଳ ନିମାପଡ଼ାରୁ ବାହାରି ସୂର୍ଯ୍ୟନଗର ଠାରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା, ଟ୍ୱିଙ୍କିଲ୍‍ ମିଶ୍ର, କାଟ୍ୟୁନିଷ୍ଟ ସ୍ମୃତିରଞ୍ଜନ ମହାନ୍ତି ( ପିଲାଙ୍କ ନଟିଆ କମେଡ଼ି ) ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ପିଲାମାନଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କ ପିଲାବେଳର ସ୍ମୃତି କହିଥିଲେ। ପରେ ପିଲାମାନେ ଆଦିବାସୀ ସଂଗ୍ରାହଳୟ, ଜୈବ ପ୍ରାକୃତିକ ବିଜ୍ଞାନ କେନ୍ଦ୍ର, କଳିଙ୍ଗ ଟିଭି ଆଦି ଅନୁଷ୍ଠାନ ଭ୍ରମଣ କରି ଶିକ୍ଷାଲାଭ କରିଥିଲେ। ଗ୍ରୁପ ପକ୍ଷରୁ ସୁବ୍ରତ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ରାଉତ, ଗୌରୀ ପ୍ରିୟା ନନ୍ଦ, ଦୀପକ ସାହୁ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ। ଏଥିରେ ନିମାପଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୩୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories