www.samajalive.in
Monday, December 8, 2025
24.1 C
Bhubaneswar

ଜିଲା କଂଗ୍ରେସର ସମୀକ୍ଷା ବୈଠକ ଅନୁଷ୍ଠିତ

ଯାଜପୁର: ସାଧାରଣ ନିର୍ବାଚନ ପରେ ଯାଜପୁର ଜିଲାରେ କଂଗ୍ରେସର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଯାଜପୁର ଜିଲାକୁ ଏଆଇସିସି ସଂପାଦକ ତଥା ରାଜ୍ୟ ପ୍ରଭାରୀ ରୁଦ୍ର ରାଜୁ ଗସ୍ତ କରି ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ପୂର୍ବତନ ଜିଲା ସଭାପତି, ନିର୍ବାଚନର ବିଧାୟକ ପ୍ରାର୍ଥୀ, ପର୍ଯ୍ୟବେକ୍ଷକ ମାନେ ଯୋଗ ଦେଇ ନିର୍ବାଚନ ଫଳାଫଳ ବିଷୟରେ ନିଜର ମତ ଦେଇଥିଲେ। କାହିଁକି ଗତ ନିର୍ବାଚନରେ ଦଳ ଏତେ ଖରାପ ପ୍ରଦର୍ଶନ କଲା ସେ ନେଇ ମଧ୍ୟ ବିଭିନ୍ନ କଂଗ୍ରେସ କର୍ମୀ ଓ ନେତାଙ୍କ ଠାରୁ ମତାମତ ଗ୍ରହଣ କରାଯାଇଛି। ବର୍ତ୍ତମାନ ପ୍ରତ୍ୟେକ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ଆଗାମୀ ପୌର ନିର୍ବାଚନ ପୂର୍ବରୁ ପ୍ରତ୍ୟେକ କମିଟିକୁ ଗଠନ କରାଯିବ ଓ ଦଳକୁ ତୃଣମୂଳ ସ୍ତରରେ ମଜବୁଦ କରାଯିବ ବୋଲି ଶ୍ରୀ ରାଜୁ କହିଥିଲେ। ଅନ୍ୟପଟେ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ପ୍ରତିନିଧିମାନେ ଆସିଲେ କିଛି ଲାଭ ହେବ ନାହିଁ ବରଂ ତୁରନ୍ତ କମିଟି ଗଠନ କରି ସେମାନଙ୍କୁ ଚଳଚଞ୍ଚଳ କରାଗଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ସେହିପରି ଗତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା କର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories