www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ: ରାହୁଲ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହିଥିବା ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଆତଙ୍କବାଦୀ ବୋଲି ଦର୍ଶାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ପ୍ରଜ୍ଞାଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଲୋକସଭାରେ ପ୍ରବଳ ହଙ୍ଗାମା ହୋଇଥିବାବେଳେ ଗୁରୁବାର କେନ୍ଦ୍ର ସରକାର ଏବଂ ବିଜେପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ମଧ୍ୟରେ ରାହୁଲ ଟ୍ବିଟ୍‌ କରି ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀ ପ୍ରଜ୍ଞା ଆତଙ୍କବାଦୀ ଗୋଡ୍‌ସେଙ୍କୁ ଦେଶଭକ୍ତ କହିଛନ୍ତି। ଭାରତୀୟ ସଂସଦୀୟ ଇତିହାସରେ ଆଜି ଏକ କଳା ଦିବସ। ପ୍ରଜ୍ଞା ଯାହା କହୁଛନ୍ତି, ତାହା ବିଜେପି ଏବଂ ଆରଏସଏସ ମନରେ ରହିଛି। ମୁଁ ଅଧିକ କ’ଣ କହିବି ? ସେହ ମହିଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଁ ନିଜ ସମୟ ନଷ୍ଟ କରିବାର କୌଣସି ଆବଶ୍ୟକନା ନାହିଁ ବୋଲି ରାହୁଲ ଟ୍ବିଟ୍‌ରେ ଲେଖିଛନ୍ତି।

ସେହିପରି କଂଗ୍ରେସ ସମର୍ଥକ, ରାଜନୈତିକ ବିଶ୍ଳେଷକ ତଥା ବିଗ୍‌ବସ୍‌ ସେଲିବ୍ରିଟି ତହସୀନ ପୁନାୱାଲା ପ୍ରଜ୍ଞା ଠାକୁରଙ୍କ ମନ୍ତବ୍ୟକୁ ନେଇ ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେ ବିଜୟ ଚୌକ୍‌ଠାରେ ବିକ୍ଷୋଭ କରୁଥିବାବେଳେ ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories