www.samajalive.in
Monday, December 8, 2025
27.1 C
Bhubaneswar

ଆର୍ଚରଙ୍କୁ କ୍ଷମା ମାଗିଲା ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ

ୱେଲିଙ୍ଗଟନ୍: ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ମାଉଣ୍ଟ ମାଉନଗାନୁଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ଜଣେ ଦର୍ଶକ ତାଙ୍କ ପ୍ରତି ବର୍ଣ୍ଣବୈଷମ୍ୟବାଦୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଥିଲେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର। ଆର୍ଚରଙ୍କ ଅଭିଯୋଗ ପରିପ୍ରେକ୍ଷୀରେ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର ସଭାପତି ଡେଭିଡ୍ ୱାଇଟ୍ ଇଂଲଣ୍ଡ ଦଳ ରହୁଥିବା ହୋଟେଲ୍କୁ ଯାଇ ଆର୍ଚରଙ୍କୁ ବୋର୍ଡ ତରଫରୁ କ୍ଷମା ମାଗିଛନ୍ତି। ଏଥିସହ ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଯତ୍ନଶୀଳ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ମାମଲାର ତଦନ୍ତ ପୁଲିସ ଆରମ୍ଭ କରିଛି। ଷ୍ଟାଡ଼ିୟମରେ ଲାଗିଥିବା ସିସିଟିଭିକୁ ପୁଲିସ ତର୍ଜମା କରୁଛି। ଯେଉଁ ବ୍ୟକ୍ତି ଆର୍ଚରଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟବାଦୀ ମନ୍ତବ୍ୟ ଦେଇଥିବା ଜଣାପଡେ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥସହ ସଂପୃକ୍ତ ବ୍ୟକ୍ତିଙ୍କୁ ଭବିଷ୍ୟତରେ ଷ୍ଟାଡିୟମରେ ପ୍ରବେଶ କରିବାରୁ ବାସନ୍ଦ କରାଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଏହି ଘଟଣାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ନିମନ୍ତେ ଷ୍ଟାଡ଼ିୟମରେ ସୁରକ୍ଷା ବ୍ୟବସ୍ଥାକୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ତରଫରୁ ବଢ଼ାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ଅଧିନାୟକ କେନ୍ ୱିଲିୟମସନ୍ ଦୁଃଖପ୍ରକାଶ କରିବା ସହ ଆର୍ଚରଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ମାଗିବେ ବୋଲି ସୂଚନା ଦେଇଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories