www.samajalive.in
Thursday, December 11, 2025
23.1 C
Bhubaneswar

୧୫ ଜଣ ପତ୍ନୀଙ୍କ ସହ ରୁହନ୍ତି ବିଶ୍ବର ସବୁଠୁ ଗରିବ ଦେଶର ରାଜା, ପତ୍ନୀଙ୍କ ପାଇଁ କିଣିଲେ ୧୧୯ କୋଟିର କାର୍

ବିଶ୍ବର ସବୁଠାରୁ ଗରିବ ଦେଶ ଭାବେ ପରିଚିତ ଆଫ୍ରିକାର ସ୍ବଜିଲ୍ୟାଣ୍ଡ (Swaziland) ଏବେ ପୁଣି ଚର୍ଚ୍ଚାକୁ ଆସିଛି। ସେଠାକାର ପ୍ରାୟ ୬୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହିଥିବା ବେଳେ ଏହି ଦେଶର ରାଜା ଅତ୍ୟନ୍ତ ବିଳାସମୟ ଜୀବନ ଯାପନ କରିନ୍ତି। ସ୍ବଜିଲ୍ୟାଣ୍ଡର ରାଜା ଏମ୍‌ସ୍ବତି-୩ (Mswati III)ଙ୍କ ୧୫ ଜଣ ପତ୍ନୀ ରହିଛନ୍ତି ଏବଂ ସେମାନଙ୍କ ପାଇଁ ୧୧୯ କୋଟି ଟଙ୍କାର ବିଳାସପୂର୍ଣ୍ଣ କାର କିଣି ରାଜା ଏବେ ଚର୍ଚ୍ଚାକୁ ଆସିଛନ୍ତି।

- Advertisement -

ରାଜା ନିଜର ୧୫ ଜଣ ପତ୍ନୀଙ୍କ ପାଇଁ ୧୫ଟି ରୋଲସ-ରୋୟସ ଏବଂ ୧୨ଟି ବିଏମ୍‌ଡବ୍ଲୁ କାର କିଣିଛନ୍ତି। ଗତବର୍ଷ ରାଜା ନିଜ ଜନ୍ମ ଦିବସ ଅବସରରେ ଦେଶର ନାମ ସ୍ବଜିଲ୍ୟାଣ୍ଡ ବଦଳାଇ ଇସ୍ବତିନି (Eswatini) ରଖିଥିଲେ। ଆଜି ମଧ୍ୟ ଲୋକେ ଏହି ଦେଶକୁ ସ୍ବଜିଲ୍ୟାଣ୍ଡ ନାମରେ ଜାଣନ୍ତି।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜା ନିଜେ ୧୪୩୪ କୋଟିର ମାଲିକ। ଏହା ସହ ସେ ଘରୋଇ ଜେଟ୍‌ସ ଠାରୁ ଆରମ୍ଭ କରି ବିମାନବନ୍ଦରର ମାଲିକ ମଧ୍ୟ। ତାଙ୍କ ଘରର ବାର୍ଷିକ ବଜେଟ୍ ୪୩୭ କୋଟି ଟଙ୍କା ବୋଲି ଜଣାପଡିଛି।

ପୁଣି ନିଜ ପରିବାର ପ୍ରତି ଏତେ ବଡ ରକମର ଅର୍ଥ ଖର୍ଚ୍ଚ କରିବାକୁ ନେଇ ସାଧାରଣ ଜନତା ରାଜାକୁ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହାକୁ କଡା ବିରୋଧ କରାଯାଇଛି।

କିପରି ବାଛନ୍ତି ରାଜ ନିଜ ପତ୍ନୀ

ସ୍ବଜିଲ୍ୟାଣ୍ଡରେ ପ୍ରତି ବର୍ଷ ରୀଡ ଡାନ୍ସ ଉତ୍ସବ ଆୟୋଜିତ ହୁଏ। ଡିସେମ୍ବର ମାସରେ ଆୟୋଜିତ ହେଉଥିବା ଏହି ଉତ୍ସବରେ ଦେଶର ପ୍ରାୟ ୪୦ ହଜାର ଯୁବତୀ ଅଂଶ ଗ୍ରହଣ କରନ୍ତି। ଏହି ଉତ୍ସବର ନିୟମ ଅନୁଯାୟୀ, ପ୍ରତି ବର୍ଷ ଏହି ଯୁବତୀମାନଙ୍କ ମଧ୍ୟରୁ ରାଜା ନିଜ ପାଇଁ ପତ୍ନୀ ଚୟନ କରିଥାନ୍ତି। ଯେଉଁ ଯୁବତୀମାନେ ଏହାକୁ ବିରୋଧ କରି ଉତ୍ସବରେ ଅଂଶ ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ପରିବାର ଜୋରିମାନା ଦେବା ସହ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଗତ ବର୍ଷ ରାଜାଙ୍କର ଗୋଟିଏ ପତ୍ନୀ ପ୍ରାଣ ହରାଇଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ୧୫ ଜଣ ପତ୍ନୀ ରହିଥିବା ବେଳେ ସେ ୨୫ଟି ସନ୍ତାନର ଜନକ ଅଟନ୍ତି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories