www.samajalive.in
Thursday, December 11, 2025
15.1 C
Bhubaneswar

ରାସାୟନିକ ଅସ୍ତ୍ରଶସ୍ତ୍ରକୁ ବିରୋଧ ଜାରି ରଖିବ ଜାତିସଂଘ ନିରାପତ୍ତା ପରିଷଦ

ନ୍ୟୁୟର୍କ : ଜାତିସଂଘ ନିରାପତ୍ତା ପରିଷଦ ରାସାୟନିକ ଅସ୍ତ୍ରଶସ୍ତ୍ରକୁ ବିରୋଧ କରିବା ପାଇଁ ତାହାର ଆଭିମୁଖ୍ୟକୁ ଦୋହରାଇଛି। ସମଗ୍ର ବିଶ୍ୱରେ ଏଭଳି ଅସ୍ତ୍ରଶସ୍ତ୍ରଗୁଡ଼ିକର ବ୍ୟାପକ ରୂପେ ବ୍ୟବହାର କରାଯାଉଥିବାର ଦୃଷ୍ଟାନ୍ତମାନ ରହିଛି । ୧୫ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦରେ ସର୍ବସମ୍ମତିକ୍ରମେ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ଗୃହୀତ ହୋଇଛି। ସେହି ପ୍ରସ୍ତାବକୁ ବ୍ରିଟେନ୍‍ ଆଗତ କରିଥିଲା।

ରାସାୟନିକ ଅସ୍ତ୍ରଶସ୍ତ୍ରଗୁଡ଼ିକର ଉତ୍ପାଦନ, ମହଜୁଦ, ବ୍ୟବହାର ଓ ବିକାଶକୁ ନିଷେଧ କରିବା ପାଇଁ ଏକ ରାଜିନାମାରେ ଉପନୀତ ହେବା ଲାଗି ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି । ଏହି ଘୋଷଣାନାମା ପ୍ରକାଶ ପାଇବା ପରେ ଏହାର ଅକ୍ଷରେ ଅକ୍ଷରେ ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରି ନିରାପତ୍ତା ପରିଷଦ କହିଛି, ରାସାୟନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକୁ ଏହାର
କୁପରିଣାମ ପାଇଁ ଉତ୍ତରଦାୟୀ ହେବାକୁ ପଡ଼ିବ। ପ୍ରସ୍ତାବରେ ନିରାପତ୍ତା ପରିଷଦ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ସମସ୍ତ ଦେଶକୁ ନିବେଦନ କରିଛି । ୧୯୯୩ ମସିହାର ସେହି ରାଜିନାମା ୧୯୯୭ରେ ଲାଗୁ ହୋଇଥିଲା। ଉତ୍ତରକୋରିଆ, ଇଜିପ୍ଟ ଓ ଦକ୍ଷିଣ ସୁଦାନ ରାଜିନାମାରେ ସ୍ୱାକ୍ଷର କରିନଥିଲେ ଓ ଇସ୍ରାଏଲ ଏହାକୁ ସମର୍ଥନ କରିନଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories