www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଜାବ କେଶରୀଙ୍କୁ ‘ସମାଜ’ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ପଞ୍ଜାବ କେଶରୀ ଭାବରେ ପରିଚିତ ଭାରତର ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ମହାନ୍ ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟଙ୍କ ବଳିଦାନ ଦିବସ ଅବସରରେ ‘ସମାଜ’ ପକ୍ଷରୁ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଲୋକସେବକ ମଣ୍ଡଳ ପ୍ରତିଷ୍ଠା ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ମଧ୍ୟ ସେ ପ୍ରତିଷ୍ଠାତା ଥିଲେ। ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଲାଲାଜୀ ବିଭିନ୍ନ ପଦକ୍ଷେପ ନେଇଥିଲେ।

୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଗା ଜିଲାରେ ଲାଲା ଲଜପତ୍ ରାୟ ଜନ୍ମଗ୍ରହଣ କରିଥିଲେ। ଜାତୀୟତାବାଦର ଜଣେ ଦୃଢ ସମର୍ଥକ ଭାବେ ସେ ଲାହୋରଠାରେ ଅଧ୍ୟୟନ କରୁଥିବା ସମୟରେ ଛାତ୍ରାବାସରେ ହଂସରାଜ ଓ ଗୁରୁଦତ୍ତଙ୍କର ମିତ୍ରତା ଲାଭ କରି ବେଦୋଦ୍ଧାରକ ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଦ୍ବାରା ସ୍ଥାପିତ ‘ଆର୍ଯ୍ୟ ସମାଜ’ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ଇଂରେଜ ସରକାର ବିରୋଧରେ ସେନାପତି ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ଭାରତର ଭାଗ୍ୟ ନିର୍ଣ୍ଣୟ ପାଇଁ ବ୍ରିଟିଶ ସରକାର ମିଃ ସାଇମନ୍‌ଙ୍କ ନେତୃତ୍ବରେ ଏକ କମିସନ ପଠାଯାଇଥିଲା। କମିସନର ସଦସ୍ୟମାନେ ୧୯୨୮ ଅକ୍ଟୋବର ୩୦ରେ ଲାହୋର ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେତେବେଳେ ଲାଲାଜୀଙ୍କ ନେତୃତ୍ବରେ ଲକ୍ଷ ଲକ୍ଷ ପଞ୍ଜାବବାସୀ ସେମାନଙ୍କୁ ବିରୋଧ କରିଥିଲେ। ଏହି ସମୟରେ ଇଂରେଜ ପୁଲିସମାନେ ଲାଲାଜୀଙ୍କୁ ନିଷ୍ଠୁର ଭାବେ ଲାଠିମାଡ କରିଥିଲେ। ତା’ର ୧୮ ଦିନ ପରେ ଅର୍ଥାତ୍ ନଭେମ୍ବର ୧୭ରେ ପୁରୁଷ ସିଂହ ଲାଲାଜୀ ଇହଲୀଳା ସମ୍ବରଣ କରିଥିଲେ।

- Advertisement -

ଆଜି ତାଙ୍କର ତିରୋଧାନ ଦିବସ ଉପଲକ୍ଷେ ‘ସମାଜ’ ଭୁବନେଶ୍ବର ଶାଖା ପକ୍ଷରୁ ଲାଲାଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଅବସରରେ ଭୁବନେଶ୍ବର ଶାଖା ପରିଚାଳକ ଭରତ ଦାସ, ସମାଜ ଲାଇଭ ପୋର୍ଟାଲର ସତ୍ୟବ୍ରତ ବେହୁରା, ସସ୍ମିତା ମହାନ୍ତି, ବୈଜୟନ୍ତି ନାୟକ, ଭୁବନେଶ୍ବର ଶାଖାର କର୍ମଚାରୀ ଜଗେଶ୍ବର ବିଶ୍ବାଳ, ଲକ୍ଷ୍ମୀଧର ସାହୁ, ଆଲୋକ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories