ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରି ଅକ୍ଟୋବର-ନଭେମ୍ବର ମାସରେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିର ବିବରଣୀ ନେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଖରିଫ୍ ଫସଲ ପାଇଁ ରାଜ୍ୟପାଳ ଏକ ହେକ୍ଟରରୁ ଦୁଇ ହେକ୍ଟର ଚାଷଜମି ପାଇଁ ୮ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ସବୁ ଦିନିଆ ଫସଲ ପାଇଁ ଏକ ହେକ୍ଟରରୁ ଦୁଇ ହେକ୍ଟର ଜମି ପିଛା ୧୮ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ଏଥି ସହ ପ୍ରଭାବିତ ଅଞ୍ଚଳର ଚାଷ ଜମିଗୁଡ଼ିକ ଉପରୁ ଜମି ରାଜସ୍ୱ ଛାଡ଼ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପିଲାଙ୍କ ପାଇଁ ସ୍କୁଲ୍ କଲେଜ୍ ପରୀକ୍ଷା ଫି’ ଛାଡ଼ କରିବା ପାଇଁ ରାଜ୍ୟ ପାଳ ଘୋଷଣା କରିଛନ୍ତି। ପ୍ରଶାସନ ତୁରନ୍ତ ଏହି ସହାୟତା ପ୍ରଦାନ କରିବା ସକାଶେ କୋସିୟାରି ନିର୍ଦ୍ଦେଶ ଦେଇଛନ୍ତି।



