www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଥମ ବିବାହ ବାର୍ଷିକୀ ପାଳିଲେ ଦୀପ-ବୀର, ଦେଖନ୍ତୁ ଫଟୋ

ବଲିଉଡ୍ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଶୁକ୍ରବାର ଭୋରରୁ ଉଭୟ ଅମୃତସର ସ୍ଥିତ ଶ୍ରୀ ହରମନ୍ଦିର ସାହିବ (ଗୋଲ୍‌ଡେନ୍ ଟେମ୍ପଲ)ରେ ପହଞ୍ଚି ନତ ମସ୍ତକ କରିଛନ୍ତି। ଯାହାର ଫଟୋ ଭାଇରାଲ ହୋଇଛି।

- Advertisement -

ଦୀପିକା ପାଦୁକୋନ୍ ସାଲୁୱାର ସୁଟରେ ନଜର ଆସିଥିଲେ। ଏହା ସହ ମଥାରେ ମୋଟା ଆକାରର ସିନ୍ଦୁର ଲଗାଇ ଥିବା ବେଳେ ଓଢଣା ଦେଇଥିବା ଫଟୋରେ ଦେଖିବାକୁ ମିଳିଛି।

ସେହିପରି ରଣବୀର ଜ୍ୟାକେଟ୍ ସହ କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଉଭୟଙ୍କ ସହ ନଜର ଆସିଥିଲେ। ଏହା ପୂର୍ବରୁ ସେମାନେ ତିରୁପତି ବାଲାଜୀଙ୍କ ଦରବାରରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିଥିଲେ।

ପ୍ରକାଶ ଥାଉ ଯେ, ଗତ ବର୍ଷ ନଭେମ୍ବର ୧୪ରେ ରଣବୀର ଏବଂ ଦୀପିକା ଇଟାଲୀରେ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ଉଭୟ କୋଙ୍କଣୀ ଏବଂ ସିନ୍ଧୀ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories