www.samajalive.in
Monday, December 8, 2025
13.1 C
Bhubaneswar

ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୨ ମୃତ , ଦୁଇ ଗୁରୁତର

କୋରେଇ : ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଟୁଳୀ ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବାଇକ ଆହୋରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ମହିଳା । ମୃତକମାନେ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଦୁଃଶାସନ ମଲ୍ଲିକଙ୍କ ପୁଅ ବିକାଶ (୨୮) ଓ ଅନ୍ୟ ଜଣେ ହେଲେ ଯାଜପୁର ଟାଉନସ୍ଥିତ ଚଇନପୁର ଗ୍ରାମର ହାପି ଦାସ (୩୬)। ଗୁରୁତର ଆହତ ମହିଳା ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁର ଅଞ୍ଚଳ ଦଶମତୀ ଚତରା (୩୨) ଓ ଲକ୍ଷ୍ମୀ ମୁଣ୍ଡା (୧୯)। ମିଳିଥିବା ସୂଚନା ଅନୁଯାୟୀ, କଳିଙ୍ଗନଗର ସ୍ଥିତ ଜିନ୍ଦଲ କାରଖାନାରେ ବିକାଶ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ସକାଳେ ବାଇକରେ କାରଖାନାକୁ ଯାଉଥିଲେ। ସେହି ସମୟରେ ଯାତ୍ରା ଦେଖି ହାପି ନିଜ ବାଇକରେ ଦଶମତୀ ଓ ଲକ୍ଷ୍ମୀଙ୍କୁ ବସାଇ ଯାଜପୁର ଟାଉନ ଅଭିମୁଖେ ଯାଉଥିବା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହେବା ସହ ଦଶମତୀ ଓ ଲକ୍ଷ୍ମୀ ଗୁରୁତର ହୋଇଥିଲେ। ସ୍ଥାନୀୟଲୋକେ ଦୁଇ ମହିଳାଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରେ କୋରେଇ ଥାନା ଅଧିକାରୀ ରଣଜିତ ମହାନ୍ତି ସ୍ଥାନୀୟ ସାମାଜିକ କର୍ମୀ ରାକେଶକୁମାର ରାଉତଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇ ଗୁରୁତର ମହିଳାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦୁଇ ବାଇକକୁ ଜବତ କରିବା ସହ ହାପି ଓ ବିକାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories