www.samajalive.in
Friday, December 12, 2025
19.1 C
Bhubaneswar

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମୋଦୀ

ବ୍ୟାଙ୍ଗକକ୍‍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟାଙ୍ଗକକ୍‍ଙ୍କରେ ଚାଲିଥିବା ଷୋଡଶ ଭାରତ-ଆସିଆନ୍‍ ଶିଖର ବୈଠକ ଅବସରରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ରୟୁତ୍‍ ଚାନ୍‍-ଓ-ଚାନ୍‍ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକଭ ୱିଡୋଡୋଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ ପ୍ରୟୁତ୍‍ ଚାନ୍‍-ଓ-ଚାନ୍‍ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତିକୁ ନେଇ ସମୀକ୍ଷା କରିଛନ୍ତି। ବାରମ୍ବାର ଉଚ୍ଚସ୍ତରୀୟ ବୈଠକ ଏବଂ ସବୁସ୍ତରରେ ମତ ଆଦାନପ୍ରଦାନ ଦ୍ୱାରା ସମ୍ପର୍କକୁ ସକାରାତ୍ମକ ଗତି ପ୍ରଦାନ ସମ୍ଭବ ହୋଇପାରିଛି। ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଏବେ ଦ୍ୱିପକ୍ଷୀୟ ବିଚାର ବିମର୍ଶ ପରିବ୍ୟାପ୍ତ ହୋଇପାରିଛି ବୋଲି ଉଭୟ ପକ୍ଷ ମତ ଦେବା ସହ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗର ସୁଯୋଗ ଅନ୍ୱେଷଣ ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଗତବର୍ଷ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରରେ ଶତକଡା ୨୦ଭାଗ ଅଭିବୃଦ୍ଧିକୁ ସ୍ୱାଗତ କରି ଉଭୟ ପକ୍ଷ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ବ୍ୟାପକ କରିବାର ମାର୍ଗ ଅନ୍ୱେଷଣ କରିବା ପାଇଁ ବାଣିଜ୍ୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ବାସ୍ତବ ଏବଂ ଡିଜିଟାଲ ଯୋଗାଯୋଗ ସମେତ ପ୍ରତ୍ୟେକ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ଏହି ବୈଠକରେ ଆଲୋଚନା କରିଛନ୍ତି। ଉଭୟ ନେତା ଦୁଇଦେଶ ମଧ୍ୟରେ ବିମାନ ଯୋଗାଯୋଗ ବୃଦ୍ଧିକୁ ନେଇ ସନ୍ତୋଷ ପ୍ରକାଶ କରିବା ସହିତ ବ୍ୟାଙ୍ଗକକ୍‍ ଓ ଗୁଆହାଟୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ତଥା ଥାଇଲାଣ୍ଡର ରାନଙ୍ଗ୍‍ ବନ୍ଦର ସହିତ ଭାରତର କୋଲକାତା,ଚେନ୍ନାଇ ଓ ବିଶାଖାପାଟନ୍‍ମ ବନ୍ଦର ମଧ୍ୟରେ ସହଯୋଗ ବୃଦ୍ଧିକୁ ନେଇ ଦୁଇଦେଶ ମଧ୍ୟରେ ରାଜିନାମା ଚୂଡାନ୍ତ ହୋଇଛି। ଉଭୟ ନେତା ବିଭିନ୍ନ ବହୁପକ୍ଷୀୟ ତଥା ଆଞ୍ଚଳିକ ପ୍ରସଙ୍ଗ ଏବଂ ପରସ୍ପର ସ୍ୱାର୍ଥ ଜଡିତ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମିଆଁମାରର ଷ୍ଟେଟ କାଉନସେଲର ଆଉଙ୍ଗ୍‍ ସାନ୍‍ ସୁକିଙ୍କ ସହିତ ମଧ୍ୟ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ୍‍ରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମିଆଁମାରର ଷ୍ଟେଟ କାଉନସେଲର ଆଉଙ୍ଗ-ସାନ୍‍-ସୁକିଙ୍କ ସହ ହୋଇଥିବା ଦ୍ୱିପକ୍ଷୀୟ ଆଲୋଚନା ବେଶ ଫଳପ୍ରଦ ହୋଇଛି ଏବଂ କ୍ଷମତା ଗଠନ, ଯୋଗାଯୋଗ ଏବଂ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ଆଦି କ୍ଷେତ୍ରରେ ଅଧିକ ସହଯୋଗ ଉପରେ ଉଭୟ ନେତା ଆଲୋଚନା କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories