ମ.ରାମପୁର : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ନିକଟସ୍ଥ ଡଙ୍ଗାବାହାଲ ଛକଠାରେ ରବିବାର ଏକ ଗଛରେ ପିଟିହୋଇ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁଢୀଖମନ ଗାଁର ମିନକେତନ ଭୋଇ। ସେ ତାର ଭଉଣୀ ଘର ପୁଢେଲକୁନା ବୁଲିଆସି ଘରକୁ ଫେରିବା ବାଟରେ ଗଛରେ ପିଟିହୋଇ ଯାଇଥିଲେ। ଦୁର୍ଘଟଣା ହେଲାପରେ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଉଥିବାବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Popular Categories



