www.samajalive.in
Tuesday, December 9, 2025
16.1 C
Bhubaneswar

ଏନଆରସି ଉପରେ ପ୍ରଧାନ ବିଚାରପତିଙ୍କ ପ୍ରତିକ୍ରିୟା; କହିଲେ ଗଣମାଧ୍ୟମର ଦାୟିତ୍ବହୀନ ଖବର ପରିବେଷଣ ପରିସ୍ଥିତିକୁ ବିଗାଡ଼ିଛି

ନୂଆଦିଲ୍ଲୀ: ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି)କୁ ଭବିଷ୍ୟତର ମୂଳ ଦସ୍ତାବିଜ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। କିନ୍ତୁ ଏନଆରସିକୁ ନେଇ ପରିସ୍ଥିତି ଯେପରି ବିଗିଡ଼ି ଯାଇଛି ସେଥିପାଇଁ ପ୍ରଧାନ ବିଚାରପତି ଗଣମାଧ୍ୟମକୁ ଦାୟୀ କରିଛନ୍ତି। କେତେକ ଗଣମାଧ୍ୟମ ସଂସ୍ଥାର ଦାୟିତ୍ବହୀନ ଖବର ପରିବେଷଣ ଯୋଗୁ ପରିସ୍ଥିତି ବିଗିଡ଼ିଛି ବୋଲି ସେ କହିଛନ୍ତି। ‘ପୋଷ୍ଟ କଲୋନିଆଲ ଆସାମ’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଯୋଗଦେଇ ଏହା କହିଛନ୍ତି।
ପ୍ରଧାନ ବିଚାରପତି ନିଜ ଉଦବୋଧନରେ ଏନଆରସି ସମ୍ପର୍କରେ କହିଥିଲେ। ସେ କହିଥିଲେ, ଏନଆରସି କୌଣସି ଏକ ସମୟର ଦସ୍ତାବିଜ୍ ନୁହେଁ। ଏହା କେବଳ ୧୯ ଲକ୍ଷ କିମ୍ବା ୪୦ ଲକ୍ଷ ଲୋକଙ୍କ କଥା ନୁହେଁ। ଏହା ହେଉଛି ଭବିଷ୍ୟତର ମୂଳ ଦସ୍ତାବିଜ୍। ଏହାକୁ ନେଇ କେତେକ ଗଣମାଧ୍ୟମର ଦାୟିତ୍ବହୀନ ଖବର ପରିବେଷଣ ଯୋଗୁ ସ୍ଥିତି ଅଧିକ ଖରାପ ହୋଇଯାଇଛି। ତେବେ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ତତ୍କାଳ ଆବଶ୍ୟକତା ଥିଲା, ଯାହା ଏନଆରସି ଲାଗୁ କରାଯିବା ଫଳରେ କିଛି ଦୂର ପର୍ଯ୍ୟନ୍ତ ସଫଳ ହୋଇଛି ବୋଲି ପ୍ରଧାନ ବିଚାରପତି କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories