www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ରାସ୍ତା ରୋକ ଅଭିଭାବକଙ୍କ ସହ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ

ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଯୋଡାବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିଶ୍ରୁତି ପାଳନ ନ ହେବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।  ତିନି ମାସ ପରେ ସେ ଛୁଟିରୁ ଫେରି ଶୁକ୍ରବାର ପୁନଃ ଯୋଗ ଦେଉଥିବା ଶୁଣିବାକୁ ପାଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିଶ୍ରୁତି ପାଳନ କରାଯାଉନଥିବା ଅଭିଯୋଗ କରି ଅଭିଭାବକ ଓ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିବା ସହିତ ବିଦ୍ୟାଳୟରେ ତାଲା ପକାଇ ଉଦଳା-ବାରିପଦା ରାଜ୍ୟ ରାଜପଥ ୧୯ର ଯୋଡାବଣି ଛକରେ ଅଢେଇ ଘଣ୍ଟା କାଳ ରାସ୍ତା ରୋକ କରିଥିଲେ। ଫଳରେ ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

- Advertisement -

ଘଟଣାରୁ ପ୍ରକାଶଯେ, ଯୋଡାବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ବେହେରାଙ୍କୁ ବଦଳି ପାଇଁ ପୂର୍ବରୁ ଦାବି ହୋଇଆସୁଥିଲା। ଅଭିଭାବକ ମାନେ ବିଭିନ୍ନ ପ୍ରକାର ଅନିୟମିତତା ବାବଦରେ ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବି କରି ଆସୁଥିଲେ। ସେଥିଯୋଗୁ ବିଦ୍ୟାଳୟ ପରିସରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସହ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ତିନି ମାସ ପୂର୍ବେ ଅନୁରୂପ ବିରୋଧ ପ୍ରଦର୍ଶନ ଯୋଗୁ ବିଭାଗୀୟ ଅଧିକାରୀ ସେତେବେଳେ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ବେହେରାଙ୍କ ବଦଳି ପ୍ରତିଶ୍ରୁତି ଦେଇଥିବା ବେଳେ ସେବେଠାରୁ ସେ ଛୁଟିରେ ରହିଛନ୍ତି । ଦୀର୍ଘ ସମୟ ଛୁଟିରେ ରହିବା ଦ୍ୱରା ବିଦ୍ୟାଳୟର ଆର୍ଥିକ ପରିଚାଳନା ଆଦି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଅଚଳ ହୋଇ ପଡିଥିଲା। ମନୋରୋମା ବେହେରାଙ୍କ ବଦଳି ହେବା ନେଇ ଗ୍ରାମବାସୀ ନିଶ୍ଚିତ ଥିବା ବେଳେ ଆଜି ସେ ବିଦ୍ୟାଳୟରେ ଯୋଗ ଦେବାକୁ ଯାଉଥିବା ଶୁଣିବାକୁ ପାଇ ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୂର୍ବାହ୍ନରେ ବିଦ୍ୟାଳୟରେ ବିଦ୍ୟାଳୟ ଭିତରକୁ କାହାରିକୁ ଯିବାକୁ ନଦେଇ ତାଲା ପକାଇ ଦେଇଥିଲେ। ସେଠାରୁ ଗ୍ରାମବାସୀ ମାନେ ଉଦଳା-ବାରିପଦା ରାଜପଥ ୧୯ର ଯୋଡାବଣି ଛକକୁ ଯାଇ ରାସ୍ତା ଉପରେ ଧାରଣା ଦେବାରୁ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସ୍ୱପ୍ନ ରଞ୍ଜନ ମହାପାତ୍ର, ଖୁଣ୍ଟା ଆଇଆଇସି ନବକୃଷ୍ଣ ନାଏକ ଓ ଅନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିସି ବୃନ୍ଦାବନ ମାରାଣ୍ଡିଙ୍କ ଉପସ୍ଥିତିରେ ସେହି ସ୍କୁଲର ଶିକ୍ଷୟିତ୍ରୀ କବିତା ବେହେରାଙ୍କୁ ଅସ୍ଥାୟୀ ଭାବେ ବିଦ୍ୟାଳୟର ଆର୍ଥିକ ପରିଚାଳନା ଦାୟୀତ୍ୱ ପ୍ରଦାନ କରାଯାଇଥିଲା। ପରେ ତାଙ୍କୁ ସ୍ଥାୟୀ ଦାୟିତ୍ୱ ପ୍ରଦାନ କରାଯିବା ସହିତ ଛୁଟିରେ ଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଲିଖିତ ଭାବେ ପ୍ରଦାନ କରିବା ପରେ ରାସ୍ତାରୁ ଧାରଣା ହଟିଯାଇଥିଲା।

ତେବେ​ ପରେ​‌ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିବା ବେଳେ ଅପରାହ୍ନରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories