www.samajalive.in
Saturday, December 6, 2025
26.1 C
Bhubaneswar

ଭାରତର ଏହି ନିଆର ସ୍ଥାନ, ଯେଉଁଠି ରହିଛି ତିନିଟି ଧର୍ମର ପ୍ରସିଦ୍ଧ ମନ୍ଦିର

ଭାରତବର୍ଷ ବିଭିନ୍ନ ଧର୍ମର ସମାହାର। ଭିନ୍ନ ଭିନ୍ନ ସ୍ଥାନରେ ଥିବା ମନ୍ଦିର ନିଜର ସ୍ୱତନ୍ତ୍ରତା ପାଇଁ ବେଶ ପ୍ରସିଦ୍ଧ। ଏପରି କେତେକ ସହର ବିଷୟରେ ଜାଣନ୍ତୁ ଯାହା ଗଙ୍ଗା ନିକଟରେ ଅବସ୍ଥିତ, ଏତଦ ବ୍ୟତୀତ ଏହି ସମସ୍ତ ସ୍ଥାନ ନିଜର ଶାନ୍ତ ପରିବେଶ , ଶସ୍ୟଶ୍ୟାମଳା ପରିବେଶ ପାଇଁ ବେଶ ପ୍ରସିଦ୍ଧ। ଜାଣନ୍ତୁ ଏହା ବିଷୟରେ ….
 ବାରାଣସୀ –
ଧର୍ମ ଗ୍ରନ୍ଥ ଅନୁଯାୟୀ, ଭାରତର ମୁଖ୍ୟ ସାତଟି ସହର ମଧ୍ୟରେ ସବୁଠାରୁ ପ୍ରାଚୀନ ଓ ପବିତ୍ର ସହର ହେଉଛି ବନାରସ। ଗଙ୍ଗାନଦୀ ତଟରେ ସ୍ଥିତ ଏହି ସହର ହିନ୍ଦୁମାନଙ୍କ ପବିତ୍ର ନଗରୀ ଭାବେ ବେଶ ଜଣାଶୁଣା। ଏହି ସ୍ଥାନର ସୁନ୍ଦରତା ଓ ପବିତ୍ରତା ମନରେ ଏକ ସ୍ୱତନ୍ତ୍ର ଅନୁଭବ ଆଣିଥାଏ। ବୌଦ୍ଧ ଧର୍ମର ଲୋକଙ୍କ ପାଇଁ ମଧ୍ୟ ଏହି ସ୍ଥାନଟି ବେଶ ପବିତ୍ର।
ସାରନାଥ –
ବନାରସ ଠାରୁ କିଛି ଦୂରରେ ପୂର୍ବ ଭାଗରେ ଥିବା ସାରନାଥବୌଦ୍ଧ ଧର୍ମର ଲୋକଙ୍କ ତୀର୍ଥ ସ୍ଥାନ। ଜ୍ଞାନ ପ୍ରାପ୍ତି ପରେ ବୁଦ୍ଧଦେବ ଏଠାରେ ହିଁ ନିଜର ପ୍ରଥମ ଉପଦେଶ ଦେଇଥିଲେ ବୋଲି କୁହାଯାଏ। ଏଠାରେ ବହୁ ସ୍ତୁପର ମଧ୍ୟ ନିର୍ମାଣ ହୋଇଛି।
ଘାଟ ମାନଙ୍କ ସହର –
ବନାରସକୁ ଘାଟମାନଙ୍କ ସହର ବୋଲି ମଧ୍ୟ କୁହାଯାଏ। ଏଠାରେ ଗଙ୍ଗାନଦୀ କୂଳରେ ବହୁ ଘାଟ ରହିଛି। ସବୁଠାରୁ ରୋଚକ ତଥ୍ୟ ହେଉଛି ଏଠାରେ ଥିବା ପ୍ରତ୍ୟେକ ଘାଟର ଏକ ସ୍ୱତନ୍ତ୍ର ଇତିହାସ ରହିଛି। ଯାହା ପ୍ରତ୍ୟେକ ଘାଟକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
ଦୁର୍ଗା ମନ୍ଦିର –
ବନାରସରେ ବହୁ ପୁରାତନ କାଳରୁ ନିର୍ମିତ ହୋଇଥିବା ଏକ ଦୁର୍ଗା ମନ୍ଦିର ରହିଛି। ଏଠାରେ ମା’ଙ୍କୁ ଦର୍ଶନ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ବିଶ୍ୱନାଥ ମନ୍ଦିର –
କାଶୀ ବିଶ୍ୱନାଥ ମନ୍ଦିରକୁ ଏଠାକାର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ କୁହାଯାଏ। ଏଠାରେ ବିଶ୍ୱନାଥ ଜ୍ୟୋର୍ତିଲିଙ୍ଗ ସ୍ଥାପିତ ରହିଛି। ଏଠାରେ ପ୍ରଭୁଙ୍କୁ ଦର୍ଶନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଜୈନ ମନ୍ଦିର –
ସାରନାଥରେ ରହିଛି ଜୈନ ମନ୍ଦିର। ଏଠାକୁ ଜୈନ ଧର୍ମର ବହୁ ଲୋକେ ଆସିଥାଆନ୍ତି। ନିଜର ସ୍ୱତନ୍ତ୍ରତା ପାଇଁ ଏହି ମନ୍ଦିରଟି ଖୁବ ପ୍ରସିଦ୍ଧ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories