www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିର କେହି ସ୍ବାଧୀନତା ସଂଗ୍ରାମୀ ନ ଥିବାରୁ ପଟେଲଙ୍କୁ ଅପଣାଇବାକୁ ଉଦ୍ୟମ କରୁଛି: ପ୍ରିୟଙ୍କା

ନୂଆଦିଲ୍ଲୀ: ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ସେ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ବିରୋଧୀ ଥିଲେ ଏବଂ ଆଜି ବିଜେପି ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖି ଖୁସି ଲାଗୁଛି। ପ୍ରିୟଙ୍କା ଆହୁରି ଦାବି କରିଛନ୍ତି ଯେ, ବିଜେପିର ନିଜର କେହି ସ୍ବାଧୀନତା ସଂଗ୍ରାମୀ ମହାପୁରୁଷ ନାହାନ୍ତି, ତେଣୁ ଦଳ ପଟେଲଙ୍କୁ ଆପଣାଇବାକୁ ଉଦ୍ୟମ କରୁଛି।

ପ୍ରିୟଙ୍କା ଟ୍ବିଟ୍‌ କରି କହିଛନ୍ତି, ସର୍ଦ୍ଦାର ପଟେଲ କଂଗ୍ରେସର ନିଷ୍ଠାବାନ୍‌ ନେତା ଥିଲେ, ଯିଏ କଂଗ୍ରେସର ବିଚାରଧାରା ପ୍ରତି ସମର୍ପିତ ଥିଲେ। ସେ ଜବାହାରଲାଲ ନେହେରୁଙ୍କ ଘନିଷ୍ଠ ସାଥୀ ଥିଲେ ଏବଂ ଆରଏସଏସ ବିରୋଧୀ ଥିଲେ। ବିଜେପି ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖି ଖୁସି ଅନୁଭବ ହେଉଛି। ବିଜେପିର ଏହି ପଦକ୍ଷେପରୁ ଦୁଇଟି କଥା ସ୍ପଷ୍ଟ ହେଉଛି। ପ୍ରଥମଟି ହେଲା ବିଜେପିର କୌଣସି ସ୍ବାଧୀନତା ସଂଗ୍ରାମୀ ନାହାନ୍ତି। ପାଖାପାଖି ସବୁ ସ୍ବାଧୀନତା ସଂଗ୍ରାମୀ କଂଗ୍ରେସ ସହିତ ଯୋଡ଼ି ହୋଇରହିଥିଲେ। ଦ୍ବିତୀୟ କଥା ହେଲା ସର୍ଦ୍ଦାର ପଟେଲଙ୍କ ଭଳି ମହାପୁରୁଷଙ୍କୁ ଦିନେ ନା ଦିନେ ତାଙ୍କ ଶତ୍ରୁ ବି ପ୍ରଣାମ ଜଣାଇଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories