www.samajalive.in
Tuesday, December 9, 2025
19.1 C
Bhubaneswar

ବାଗଦାଦି ନିପାତ ଅପରେଶନରେ ହିରୋ ଥିଲା ଏହି କୁକୁର; ଫଟୋ ଶେୟାର କରି ଟ୍ରମ୍ପ ଲେଖିଲେ ‘ୱଣ୍ଡରଫୁଲ ଡଗ୍‌’

ୱାଶିଂଟନ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ)ର ମୁଖ୍ୟ ଆବୁ ବକର ଅଲ୍‌ ବାଗଦାଦିକୁ ନିପାତ କରିବା ଲାଗି ଆମେରିକା ସେନା କରିଥିବା ଅପରେଶନ ସଫଳ ହୋଇଛି। ତେବେ ଏହି ଅପରେଶନର ହିରୋ ହେଉଛି ଏକ କୁକୁର। ଆମେରିକା ସେନାର ଏହି କୁକୁରକୁ ନେଇ ଏବେ ବିଶ୍ଵରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୁକୁରର ଏକ ଫଟୋ ଶେୟାର କରି ‘ୱଣ୍ଡରଫୁଲ ଡଗ୍‌’ ଲେଖିଛନ୍ତି। ବାଗଦାଦି ନିହତ ହେବା ପଛରେ ବେଲଜିୟାନ ମାଲିନଏସ ପ୍ରଜାତିର ଏହି କୁକୁରର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା। ବାଗଦାଦିର ଠିକଣା ଠାବ କରିଥିଲା ଏହି କୁକୁର। ତା’ର ନାଁକୁ ଗୋପନ ରଖାଯାଇଛି। ଆମେରିକା ସେନାର ଏହି ସ୍ବତନ୍ତ୍ର ଅପରେଶନରେ ସେ ବି ଆହତ ହୋଇଛି। ଟ୍ରମ୍ପ ଟ୍ବିଟରେ କୁକୁରଟିର ଫଟୋ ଶେୟାର କରି ଲେଖିଛନ୍ତି, ମୁଁ ଏକ ଅଦ୍ଭୁତ କୁକୁରର ଫଟୋକୁ ସାର୍ବଜନୀନ କରିଛି, ଯିଏ ଆଇଏସ ମୁଖ୍ୟ ଅବୁ ବକର ଅଲ-ବାଗଦାଦିକୁ ଠାବ କରିବା ଏବଂ ନିପାତ କରିବାରେ ବଡ଼ ଭୂମିକା ନିର୍ବାହ କରିଛି।

ଉଲ୍ଲେଖଯୋଗ୍ୟ, ବେଲଜିୟାନ ମାଲିନଏସ ପ୍ରଜାତିର କୁକୁର ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେମାନେ ଆବୋଟାବାଦରେ ଅଲକାଏଦା ମୁଖ୍ୟ ଓସାମା ବିନ୍‌ ଲାଦେନର ଠିକଣାକୁ ଠାବ କରିଥିଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଆମେରିକାରୁ ଭାରତ ଆସିଥିବା ସ୍ବତନ୍ତ୍ର ଟିମରେ ବି ଏହି ପ୍ରଜାତିର କୁକୁର ରହିଥିଲେ। ସୂଚନାଯୋଗ୍ୟ, ବେଲଜିୟାନ ମାଲିନଏସ ପ୍ରଜାତିର କୁକୁର ଲଗାତର ୫୦ରୁ ୩୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଚାଲିପାରିବେ। ସେମାନଙ୍କର ଆକ୍ରମଣ କରିବାର ଶୈଳୀ ସେମାନଙ୍କୁ ଅନ୍ୟ କୁକୁରଙ୍କଠାରୁ ଭିନ୍ନ ଏବଂ ପ୍ରଭାବୀ ବୋଲି ଦର୍ଶାଇଥାଏ। ଆଇଇଡି, ସନ୍ଦିଗ୍ଧ ବ୍ୟକ୍ତି, ଅସ୍ତ୍ରଶସ୍ତ୍ର ଏବଂ ଆକ୍ରମଣକାରୀଙ୍କୁ ଠାବ କରିବାରେ ଏହି ପ୍ରଜାତିର କୁକୁର ମାହିର।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories