www.samajalive.in
Wednesday, December 10, 2025
26.1 C
Bhubaneswar

ତଦନ୍ତରେ ଅବହେଳା; ମହିଳା ଏସ୍‍ଆଇ ନିଲମ୍ବିତ

ତାଳଚେର : ଜଣେ ବିବାହିତା ମହିଳାକୁ ଯୌତୁକ ପାଇଁ ନିର୍ଯାତନା ଦେବା ସହିତ ଶେଷରେ ସେ ଆତ୍ମହତ୍ୟା କରିଥିବା ଘଟଣାର ତଦନ୍ତରେ ଅବହେଳା କରିଥିବାରୁ କୋଲିୟରୀ ଥାନାର ସବ୍‍ଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କୁ ସୋମବାର ଉତ୍ତରକେନ୍ଦ୍ରାଚଂଳ ଡିଆଇଜି ନରସିଂହ ଭୋଳ ନିଲମ୍ବିତ କରିଛନ୍ତି।
ପ୍ରକାଶ ଯେ ଘଂଟପଡ଼ା ଗ୍ରାମର ଗୋକୁଳ ଚନ୍ଦ୍ର ଦାସଙ୍କ ଝିଅ ସସ୍ମିତା ଦାସ ବଡବିଲର ଦେବେନ୍ଦ୍ର ବାଘସିଂହଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଅଧିକ ଯୌତୁକ ଆଣିବା ପାଇଁ ସ୍ୱାମୀ ଓ ଦୁଇ ନଣନ୍ଦ ଗୀତାଞ୍ଜଳି ଓ ପୁଷ୍ପା ନିର୍ଯାତନା ଦେଇ ଆସୁଥିବା ବେଳେ ତାଙ୍କୁ ନିଶା ଦେଇ ଅଢ଼େଇ ବର୍ଷର କନ୍ୟା ସହିତ ବାପ ଘରେ ଆଣି ଛାଡି ଦେଇଥିଲେ। ଏ ସଂପର୍କରେ ସସ୍ମିତା କୋଲିୟରୀ ଥାନାରେ ଅଭିଯୋଗ କରିବା ସହିତ ଘଟଣା ତଦନ୍ତ ପାଇଁ ଅନୁରୋଧ କରିଆସୁଥିଲେ। ଏହାର କୌଣସି ବିଚାର ନହେବାରୁ ସସ୍ମିତା ନିଜ ବାପ ଘରେ ଆତ୍ମହତ୍ୟା କରିଥିଲେ। ସସ୍ମିତାର ମୃତ୍ୟୁ ପରେ ୭ ମାସ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ପୁଲିସ ଗିରଫ କରୁନଥିବା ଯୋଗୁଁ ପରିବାର ଲୋକ ଡିଆଇଜିଙ୍କଠାରେ ଅଭିଯୋଗ କରିଥିଲେ। ଏହି ଘଟଣାର ଅନୁଧ୍ୟାନ କରି ଶ୍ରୀ ଭୋଳ ସଂପୃକ୍ତ ସବ୍‍ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିବା ସହିତ ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories