www.samajalive.in
Thursday, December 11, 2025
18.1 C
Bhubaneswar

ରସୁଣ ଓ ମହୁର ମିଶ୍ରଣ, ଆପଣଙ୍କ ପାଇଁ ସାଜିବ ରାମବାଣ

ମହୁ ଏବଂ ରସୁଣ ଉଭୟ ଅନେକ ଔଷଧୀୟ ଗୁଣରେ ଭରପୁର। ଦୁହିଁଙ୍କ ଉପକାରୀ ଗୁଣ ବିଷୟରେ ମଧ୍ୟ ଆମେ ପୂର୍ବରୁ ଅନେକ ଥର ଆପଣଙ୍କୁ ଅବଗତ କରାଇଛୁ। ହେଲେ କ’ଣ ଆପଣ ଜାଣନ୍ତି, ରସୁଣ ରସ ସହ ମହୁ ମିଶାଇ ସେବନ କରିବା‌ ଦ୍ବାରା ଆମକୁ ଅଦ୍ଭୁତ ଲାଭ ମିଳିଥାଏ। ଏହା ଶରୀରର ଅନେକ ରୋଗ ଦୂର କରି ଶରୀରକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏହି ଦ୍ବୟର ମିଶ୍ରଣ ସେବନ ଦ୍ବାରା ଆମର କି ଉପକାର ହୋଇଥାଏ –

-ରସୁଣ ରସ ସହ ମହୁ ମିଶାଇ ଦୈନିକ ସେବନ କଲେ ଶରୀର ସୁସ୍ଥସବଳ ରହିବା ସହ ସଂକ୍ରମଣ ଭୟ ହ୍ରାସ ହୋଇଥାଏ।
-ରସୁଣରେ ଆଲିସିନ୍ ରହିଛି। ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ।
-ରସୁଣ ମହୁର ମିଶ୍ରଣ ସେବନ ରକ୍ତ ଜମାଟ ବାନ୍ଧିବାରୁ ମଧ୍ୟ ରକ୍ଷାକରେ।
-ଏଥିରେ କର୍କଟ ନିରୋଧୀ ଗୁଣ ମଧ୍ୟ ରହିଛି।
-ଏଥିରେ ଭିଟାମିନ୍-ବି୬, ଭିଟାମିନ୍-ସି, ସେଲେନିୟମ୍ ଏବଂ ଫାଇବର୍ ଆଦି ଥିବା ଯୋଗୁଁ ଏହାର ସେବନ ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
-ଏହା ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
-ଥଣ୍ଡା ରୋଗୀଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦୈନିକ ମହୁ ଓ ରସୁଣ ରସ ମିଶାଇ ପିଇଲେ ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ।
-ଏହାର ସେବନ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖେ।
-ହୃଦରୋଗୀଙ୍କ ପାଇଁ ଏହି ମିଶ୍ରଣ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories