www.samajalive.in
Saturday, December 6, 2025
16.1 C
Bhubaneswar

ପିଓକେର ୩ ଆତଙ୍କୀ କ୍ୟାମ୍ପ ଉଡାଇଲା ଭାରତ; ୨୨ ଆତଙ୍କବାଦୀ ଓ ୫ ପାକ୍ ସୈନିକ ନିପାତ

ନୂଆଦିଲ୍ଲୀ: ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛି। ଭାରତୀୟ ସେନା ଆତଙ୍କବାଦୀ କ୍ୟାମ୍ପକୁ ଟାର୍ଗେଟ କରି ଆର୍ଟିଲାରୀ ଗନରେ ଗୁଳି ଚାଳନା କରିଥିଲେ। ଫଳରେ ୨୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ପାକିସ୍ତାନର ୫ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉଭୟ ପକ୍ଷର ଗୁଳିବିନିମୟରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହା ସହ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories