www.samajalive.in
Sunday, December 7, 2025
23.1 C
Bhubaneswar

ଏୟାରସେଲ ଗ୍ରାହକ ସାବଧାନ : ଅକ୍ଟୋବର ୩୧ରୁ ବନ୍ଦ ହୋଇଯିବ ସିମ୍

ନୂଆଦିଲ୍ଲୀ : ଯଦି ଆପଣ ଏୟାରସେଲ ସିମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଦୁଃଖଦ ସମ୍ବାଦ ରହିଛି। ଆଗାମୀ ଅକ୍ଟୋବର ୩୧ରୁ ଏୟାରସେଲ ସିମ୍ ବନ୍ଦ ହୋଇଯିବ ବୋଲି ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରଠାରୁ ଆପଣଙ୍କ ନମ୍ବରରେ ସେବା ବନ୍ଦ ହୋଇଯିବ। ଯାହାଦ୍ବାରା ଆପଣଙ୍କ ନମ୍ବରକୁ ଆଉ କଲ ଆସିବ ନାହିଁ କି ଜିବ ନାହିଁ। ତେଣୁ ତୁରନ୍ତ ଏୟାରସେଲର ଗ୍ରାହକମାନେ ନିଜ ନମ୍ବରକୁ ପୋର୍ଟାବେଲ କରାଇ ନିଅନ୍ତୁ । ନଚେତ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ।

pic courtesy-moneycontrol

ସୂଚନା ଅନୁସାରେ, ଗତବର୍ଷ ଅର୍ଥାତ ୨୦୧୮ମସିହାରେ ଏୟାରସେଲ ତରଫରୁ ପ୍ରଥମ କରି ସେବାକୁ ବନ୍ଦ କରିଦିଆଯାଇଥିଲା। ସେହି ସମୟରେ ସାରା ଭାରତରେ ଏୟାରସେଲର ଗ୍ରାହକ ସଂଖ୍ୟ ୯କୋଟି ରହିଥିଲେ। ପରେ ୨୦୧୯ ମସିହା ଅଗଷ୍ଟ ୩୧ସୁଦ୍ଧା ମାତ୍ର ୧.୯କୋଟି ଗ୍ରାହକ ତାଙ୍କ ନମ୍ବରକୁ ପୋର୍ଟାବେଲ କରିଥିବା ଜଣାପଡିିଥିଲା। ଏହି ତଥ୍ୟରୁ ସ୍ପଷ୍ଟ ଭାବେ ଜଣାପଡୁଛି କି ୭କୋଟି ଗ୍ରାହକ ତାଙ୍କର ନମ୍ବରକୁ ପୋର୍ଟାବେଲ(ଅନ୍ୟ ସିମକୁ ପରିବର୍ତ୍ତନ) କରିନାହାନ୍ତି।
ଭାରତରେ ସମୁଦାୟ ୧୪ଟି ସର୍କଲରେ ଏୟାରସେଲର ଗ୍ରାହକ ରହିଛନ୍ତି। ସେହି ସର୍କଲ ଗୁଡିକ ମଧ୍ୟରେ ରହିଛି- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, କର୍ଣ୍ଣାଟକ, କେରଳ, ବିହାର, ଦିଲ୍ଲୀ, ଜମ୍ମୁକାଶ୍ମିର, ଫଞ୍ଜାବ, ରାଜସ୍ତାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଇତ୍ୟାଦି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories