www.samajalive.in
Monday, December 8, 2025
27.1 C
Bhubaneswar

କୋରା ପନିର ରାଇସ

ଆବଶ୍ୟକ ସାମଗ୍ରୀ
ପ୍ରସ୍ତୁତ ଅରୁଆ ଭାତ– ୨କପ
ସିମଲା ଲଙ୍କା – ୧ଟି
ଗାଜର – ୧ଟି
ପାଳଙ୍ଗ ଶାଗ – ୨କପ
ସିଝା ମକା – ୧କପ
କୋରା ପନିର – ୧କପ
ଗରମ ମସଲା – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପାଳଙ୍ଗ ଶାଗ ପକାଇ ୨ ମିନିଟ ଭାଜନ୍ତୁ। ୨ ମିନିଟ ପରେ ଗାଜର, ସିମଲା ଲଙ୍କା ପକାଇ ଭାଜନ୍ତୁ। ଏବେ ଏଥିରେ ସିଝା ମକା, ପ୍ରସ୍ତୁତ ଭାତକୁ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଲୁଣ, ଗୋଲମରିଚ ଗୁଣ୍ଡ, ଗରମ ମସଲା କୋରା ପନିର ପକାଇ ଗୋଳାଇ ୨ ମିନିଟ ଗ୍ୟାସରେ ବସାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି କିଛି କୋରା ପନିର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କୋରା ପନିର ରାଇସ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories