www.samajalive.in
Friday, December 12, 2025
19.1 C
Bhubaneswar

ଆରପିଏଫ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗୀତା, ମିଷ୍ଟର ଆରପିଏଫ ହେଲେ ଏ. ଯତୀନ

ସମ୍ବଲପୁର: ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ କ୍ଷେତରାଜପୁର ସ୍ଥିତ ରେଳବାଇ କମ୍ୟୁନିଟି ହଲ ଠାରେ ସର୍ବଭାରତୀୟ ରେଳ ସୁରକ୍ଷା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା – ୨୦୧୯ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ପୂର୍ବତଟ, ଦକ୍ଷିଣ-ପୂର୍ବ ମଧ୍ୟ ରେଳବାଇ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ପୂର୍ବ, କେନ୍ଦ୍ରୀୟ ଓ ଆରପିଏସଏଫର ସମୁଦାୟ ୧୭ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ। ଦୁଇ ଦିନ ବ୍ୟାପି ଅନୁଷ୍ଠିତ ଏହି ପ୍ରତିଯୋଗୀତାର ଉଦଯାପନୀ ଉତ୍ସବରେ ମଣ୍ଡଳ ରେଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଯେ, ସୁନ୍ଦର ସ୍ୱାସ୍ଥ୍ୟ ରୋଗ ଓ ଅସୁସ୍ଥତାରୁ ମୁକ୍ତି ପ୍ରଦାନ କରିଥାଏ। ଜଣେ ସୁସ୍ଥ ଲୋକର ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ବିକାଶ ହୋଇଥାଏ। ଏହି ପ୍ରତିଯୋଗିତାରେ ମିଷ୍ଟର ଆରପିଏଫ ଭାବେ ଏ. ଜିତିନ ଓ ଦକ୍ଷିଣ ରେଳବାଇକୁ ଚାମ୍ପିୟନ ଟିମ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ୬୦ କିଗ୍ରା ବର୍ଗରେ ଏନ. ସେଂଥିଲି କୁମାର, ୬୫ କିଗ୍ରା ବର୍ଗରେ ପ୍ରଜେଶ କେ.ପି, ୭୦ କିଗ୍ରା ବର୍ଗରେ ମନୋଜ କୁମାର ବାରିକ, ୭୫ କିଗ୍ରା ବର୍ଗରେ ଏ. ଜିତିନ, ୮୦ କିଗ୍ରା ବର୍ଗରେ ଅଶୋକ କୁମାର, ୮୫ କିଗ୍ରା ବର୍ଗରେ ଏସ.ଏନ. ଜମାଦାର, ୯୦ କିଗ୍ରା ବର୍ଗରେ ଗୋପାଲ ଦତ୍ତ, ୯୫ କିଗ୍ରା ବର୍ଗରେ ପି. ରବି କୁମାର ଏବଂ ୧୦୦ କିଗ୍ରା ବର୍ଗରେ ଏସ. ବିଜୟ କୁମାରଙ୍କୁ ମୁଖ୍ୟ ଅତିଥି ଡ. ଜୟଦୀପ ପୁରସ୍କାର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବିଶ୍ୱମ୍ବର ବହିଦାର, ଆର୍ତ୍ତତ୍ରାଣ ପ୍ରଧାନ, କିଶୋର ମିଶ୍ର, ଡୋଳାମଣି ମେହେର ଓ ଶିଶିର ବହିଦାର ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଏଲ.ଭି.ଏସ.ଏସ. ପାତ୍ରୃଡୁ, ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ଏ.କେ. ବର୍ଣ୍ଣିୱାଲ, ରେଳ ଅଧିକାରୀ, କର୍ମଚାରୀ ଓ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories