www.samajalive.in
Friday, December 12, 2025
19.1 C
Bhubaneswar

ଅସହ୍ୟ ହେଲା ଯନ୍ତ୍ରଣା ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ‘ଚମ୍ପା‘

ମାଲକାନଗିରି:  ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଏକ ହୃଦୟ ବିଦରକ ଘଟଣା ଦେଖିବାକୁ ମିଳିଛି । ଜଣେ ଗରିବ ଆଦିବାସୀ ଝିଅ ଚମ୍ପା କାଲାକୁରା ନିଜ ଇଚ୍ଛାମୃତ୍ୟୁ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖିଥିବା ଜଣାପଡ଼ିଛି।

- Advertisement -

ସୂଚନା ଅନୁଯାୟୀ, ସର୍ଗିଗୁଡା ଗ୍ରାମର ନରସିଙ୍ଗ କାଳକୁରାଙ୍କ ୨ପୁଅ ଏବଂ ଗୋଟିଏ ଝିଅ ଥିଲେ। ଏକ ମାତ୍ର ଝିଅ ଟିକୁ ପାଠ ପଢାଇ ମଣିଷ କରିବେ ବୋଲି ପରିବାରଲୋକେ ଆଶା ରଖିଥିଲେ। ହେଲେ ୨୦୦୬ ମସିହାରେ ଝିଅ ଚମ୍ପା କାଲାକୁରା ୭ମରେ ପାଠ ପଢ଼ୁଥିବା ବେଳେ ହଠାତ ହାତ ଗୋଡ଼ ଝିମା ମାରିଥିଲା। କିଛି ଦିନ ଏହି ଭଳି ହେବା ପରେ ସେ ସମ୍ପୁର୍ଣ୍ଣ ଶଯ୍ୟାସାଇ ହୋଇଯାଇଥିଲା।  ଅଜଣା ରୋଗରେ ପୀଡିତ ହୋଇ ଚମ୍ପା ଦୀର୍ଘ ୧୩ବର୍ଷ ଶଯ୍ୟା ସାଇ ହୋଇ ପଡିରହିଛି । ଶୈଶବ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ନିଜ ମୃତ୍ୟୁକୁ ଅପେକ୍ଷା କରି ରହିଛି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଯମ ଯନ୍ତ୍ରଣା ଭୋଗୁଛି। ରୋଗୀଣା ଝିଅ ଶେଷରେ ଅସହ୍ୟ ହୋଇ ଇଛା ମୃତ୍ୟୁ ନିମନ୍ତେ ଖୋଲା ଦରଖାସ୍ତ କରିଛି ରାଜ୍ୟ ମୁଖିଆଙ୍କ ପାଖକୁ । ତାଙ୍କୁ ଡାକ୍ତରଙ୍କୁ  ଦେଖାଇବା ପାଇଁ ପରିବାର ଲୋକେ ବହୁ ଟଙ୍କା ଖର୍ଚ୍ଚ କରିବାସହ ଜମି ବିକିସାରିଲେଣି । ଅଜଣାରୋଗର କଷ୍ଟ ସହି ପାରୁନାହିଁ  ଚମ୍ପା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଇଚ୍ଛା ମୃତ୍ୟୁ ପାଇଁ ଆକୁଳ ନିବେଦନ କରିଛି ଚମ୍ପା। ଚିଠିରେ ଲେଖିଛି ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories