www.samajalive.in
Thursday, December 11, 2025
18.1 C
Bhubaneswar

ଭିଭିଆଇପି ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲା – କଠୋର ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭିଭିଆଇପି ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଗୌତମ ଖୈତାନ୍‍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟକର ବିଭାଗକୁ ବାରଣ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍‍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମାମଲା ଉପରେ ସାନି ନିଷ୍ପତ୍ତି ନେବା ପାଇଁ ୨୦୧୬ ମସିହା କଳାଧନ ଆଇନ୍‍କୁ ପିଛିଲା ଭାବେ ୨୦୧୫ ଜୁଲାଇ ମାସରୁ କାର୍ଯ୍ୟକାରି କରିବାକୁ ଅନୁମତି ଦିଆଯିବ ନାହିଁ। ସୁପ୍ରିମକୋର୍ଟଙ୍କ ଆଗରେ ଜବାବ ସୁଆଲ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଳାଧନ ଅଧୀନରେ ଥିବା ବ୍ୟବସ୍ଥା ଏବଂ ୨୦୧୫ ଆୟକର ଆଇନ୍‍ ବିଷୟ ଉଲ୍ଲେଖ କରାଯାଇଥିଲା।

ଅଘୋଷିତ ବିଦେଶୀ ଆୟ ଓ ସମ୍ପତ୍ତି ନିୟମ ଅଧୀନରେ ଖୈତାନଙ୍କ ବିରୁଦ୍ଧରେ ଅଭିଯୋଗ ବର୍ତ୍ତମାନ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଉପସ୍ଥାପନ କରାଯାଇଥିଲା। ସୂଚନା ଯୋଗ୍ୟ ୩ହଜାର ୬୦୦ କୋଟି ଅଗସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତି ମାମଲାରେଖୈତାନ୍‍ ଜଣେ ଅଭିଯୁକ୍ତ ଅଛନ୍ତି। ଖୈତାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କଳାଧନ ଆଇନ୍‍ ଅଧୀନରେ ବିଭିନ୍ନ ଧାରା ଓ ୨୦୧୫ ଆୟକର ଆଇନ୍‍ ଲାଗୁର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories