www.samajalive.in
Wednesday, December 10, 2025
18.1 C
Bhubaneswar

ମାର୍ଗାରେଟ୍‍ ଅଟଉଡ୍‍ ଓ ବର୍ଣ୍ଣାଡାଇନ୍‍ ଏଭାରିଷ୍ଟୋଙ୍କୁ ମିଳିତ ବୁକର ପୁରସ୍କାର

ଲଣ୍ଡନ : ମାର୍ଗାରେଟ୍‍ ଅଟଉଡ୍‍ ଏବଂ ବର୍ଣ୍ଣାଡାଇନ୍‍ ଏଭାରିଷ୍ଟୋ ୨୦୧୯ ମସିହା ପାଇଁ ମିଳିତ ଭାବେ ବୁକର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପୁରସ୍କାର ରାଶି ଏକାଧିକଙ୍କ ମଧ୍ୟରେ ପ୍ରଦାନ କରିବାର ନିୟମ ନ ଥିଲେ ମଧ୍ୟ ଚଳିତ ବର୍ଷ ଏଥିପାଇଁ ଦୁଇ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି । ଭାରତୀୟ ବଂଶୋଦ୍ଭବ ବ୍ରିଟେନ୍‍ ନାଗରିକ ଲେଖକ ସଲମାନ ରୁଶ୍‍ଦୀଙ୍କ ‘କ୍ୱିଚୋଟେ’ ସମେତ ଛଅଟି ପୁସ୍ତକକୁ ପୁରସ୍କାର ପାଇଁ ବିଚାରକୁ ନିଆଯାଇଥିଲା।
ତେବେ ବିଚାରକ ମଣ୍ଡଳୀ ଅଟଉଡ଼୍‍ଙ୍କ – ‘ଦି ଟେଷ୍ଟାମେଣ୍ଟ‘ ଏବଂ ଏଭାରିଷ୍ଟୋଙ୍କ ‘ଗାର୍ଲ, ୱିମେନ ଅଦରସ୍‍’କୁ ସମପରିମାଣାର ଉତ୍କର୍ଷ ପୁସ୍ତକ ଭାବେ ଘୋଷଣା କରିଥିଲେ।

୧୯୬୯ ମସିହାରୁ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଜିତିବାରେ ଏଭାରିଷ୍ଟୋ ହେଉଛନ୍ତି ପ୍ରଥମ କୃଷ୍ଣକାୟ ମହିଳା। ୧୯୯୨
ମସିହାରେ ମଧ୍ୟ ଏହି ପୁରସ୍କାର ପାଇଁ ଦୁଇ ଜଣଙ୍କୁ ମନୋନୀତ କରାଯାଇଥିଲା। ପିଟର ଫ୍ଲୋରେନ୍ସଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ବିଚାରକ ମଣ୍ଡଳୀ ଚଳିତ ବର୍ଷ ପାଇଁ ଏହି ପୁରସ୍କାରକୁ ବିଭାଜିତ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ପରେ ଏହି ଦୁଇଟି ଯାକ ପୁସ୍ତକକୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରାଯାଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories