www.samajalive.in
Saturday, December 13, 2025
15.1 C
Bhubaneswar

ଗାଙ୍ଗୁଲି ହେବେ ବିସିସିଆଇର ନୂଆ ସଭାପତି

ମୁମ୍ବଇ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ହେବାକୁ ଯାଉଛନ୍ତି। ଗାଙ୍ଗୁଲିଙ୍କୁ ସଭାପତି କରିବା ଲାଗି ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମାନେ ରବିବାର ରାତିରେ ରାଜି ହୋଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବାକୁ ଗାଙ୍ଗୁଲି ରାଜି ନହେବାରୁ ରବିବାର ପୂର୍ବାହ୍ନରେ ସଭାପତି ଦୌଡ଼ରେ ବ୍ରିଜେଶ ଆଗରେ ଥିଲେ। ତେବେ ରାତିରେ ନାଟକୀୟ ପରିବର୍ତ୍ତନ ହୋଇଥିଲା। ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ପ୍ରତିନିଧିମନେ ବ୍ରିଜେଶ ପଟେଲଙ୍କୁ ବିରୋଧକରି ଗାଙ୍ଗୁଲିଙ୍କୁ ସମର୍ଥନ ଦେଇଥିଲେ। ଗାଙ୍ଗୁଲିଙ୍କୁ ସଭାପତି କରିବା ପାଇଁ ସମର୍ଥନ ଯୋଗାଡ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିସିିସିଆଇର ପୂର୍ବତନ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏଥିରେ ଶ୍ରୀନିବାସନ୍ ମଧ୍ୟ ରାଜି ହୋଇଥିବା ଜଣାପଡ଼ିଛି। ଏଣେ ପଟେଲଙ୍କୁ ଆଇପିଏଲ୍‌ ଅଧ୍ୟକ୍ଷ ପଦ ମିଳିପାରେ।
ତେବେ ୪୭ ବର୍ଷ ବୟସ୍କ ଗାଙ୍ଗୁଲି ସଭାପତି ହେଲେ ​‌ସେ ମାତ୍ର ୧୦ ମାସ ପାଇଁ ଏହି ପଦରେ ରହିପାରିବେ। ଲୋଧା କମିଟି ସୁପାରିସ ଅନୁସାରେ ତାଙ୍କୁ ୨୦୨୦ ସେପ୍ଟେମ୍ବରରୁ ସ୍ଥାନ ରିକ୍ତ କରିବାକୁ ପଡ଼ିବ। ବିସିସିଆଇର କିଏ କେଉଁ କର୍ମକର୍ତ୍ତା କେଉଁ ପଦବୀ ନେବେ; ଏହାକୁ ନେଇ ରବିବାର ଦିନସାରା ମୁମ୍ବଇର ଟ୍ରାଇଡେଣ୍ଟ ହୋଟେଲରେ ଘନଘନ ବୈଠକ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଗୁଜରାଟର ଜୟ ଶାହା ସମ୍ପାଦକ ହେବେ। ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂହ ଧୁମଲ ବୋର୍ଡର ନୂତନ କୋଷାଧ୍ୟକ୍ଷ ହେବେ। ପୁଣି ଆସାମର ଦେବଜିତ ସାଇକିଆ ଯୁଗ୍ମ ସମ୍ପାଦକ ହେବା ଦୌଡ଼ରେ ଆଗରେ ଅଛନ୍ତି। କେବଳ ଉପସଭାପତି ପଦ ପାଇଁ ବିଚାର ବିମର୍ଶ ଚାଲିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ହେବାକୁ ଥିବା ବେଳେ ଯେପରି ପ୍ରତିଦ୍ବନ୍ଦ୍ବିତା ନହୁଏ; ତାହା ନିଶ୍ଚିତ କରିବାକୁ ଚାହାନ୍ତି ଦୁଇ ପୂର୍ବତନ ସଭାପତି ଅନୁରାଗ ଠାକୁର ଓ ଏନ୍. ଶ୍ରୀନିବାସନ୍। ଏବେ ବି ବୋର୍ଡରେ ଅନୁରାଗ ଓ ଶ୍ରୀନିବାସନ୍‌ଙ୍କ ପତିଆରା ରହିଛି ଏବଂ ଦୁହେଁ ବିଭିନ୍ନ ରାଜ୍ୟ ପ୍ରତିନିଧିମାନଙ୍କ ସହ ଦୁହେଁ ଆଲୋଚନା କରି ପ୍ରତିଦ୍ବନ୍ଦ୍ବିତା ଏଡ଼ାଇବା ପ୍ରୟାସରେ ଅଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories