www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶାର ୩ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ‘କାୟାକଳ୍ପ’ ପୁରସ୍କାର

ଭୁବନେଶ୍ୱର : ଓଡିଶା ୨୦୧୮-୧୯ ଆର୍ଥିକବର୍ଷ ପାଇଁ ତିନିଟି କାୟାକଳ୍ପ ପୁରସ୍କାର ହାସଲ କରିଛି। ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଥମ ଓ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲକୁ ଦ୍ୱିତୀୟ ପୁରସ୍କାର ମିଳିଛି। ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମ ପୁରସ୍କାର ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ କନଭେନସନ ହଲରେ ଆୟୋଜିତ ସର୍ବଭାରତୀୟ କାୟାକଳ୍ପ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓଡିଶା ସମେତ ଅନ୍ୟ ରାଜ୍ୟର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି। ଉତ୍ସବରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଡାକ୍ତରଖାନାର ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ପ୍ରତିବର୍ଷ ଜିଲା, ସବଡିଭିଜନ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରାଯାଇଥାଏ। ୨୦୧୮-୧୯ ମସିହା ପାଇଁ ଓଡିଶାର ୬ଟି ଜିଲା ମୁଖ୍ୟ ଚିକିତ୍ସାଳୟ, ୫ଟି ଉପଖଣ୍ଡ ଚିକିତ୍ସାଳୟ, ୪୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୮୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୪୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇବା ପାଇଁ ରାଜ୍ୟସ୍ତରରେ ମନୋନୀତ ହୋଇଥିଲେ। ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି କାୟାକଳ୍ପ ପୁରସ୍କାର ପ୍ରଥମେ ୬ଟି ବିଭାଗ ଯଥା ଡାକ୍ତରଖାନା ପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ସଂକ୍ରମଣ ପ୍ରତିରୋଧକ, ବର୍ଜ୍ୟବସ୍ତୁ ପରିଚାଳନା, ସହାୟକ ସେବା ଏବଂ ହାଇଜେନିକ୍‌ ପ୍ରମୋସନ ଆଦି ବର୍ଗରେ ପ୍ରଦାନ କରାଯାଉଥିଲା। ପ୍ରଥମଥର ପାଇଁ ୨୦୧୮-୧୯ ବର୍ଷରେ ଡାକ୍ତରଖାନା ପରିସର ବାହାରେ ବିଭିନ୍ନ ବର୍ଗକୁ ଏଥିରେ ସାମିଲ କରାଯାଇଛି।
ଏହି ଉତ୍ସବରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶକ ମନୋଜ ଜିଲାନୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନ ଉପସ୍ଥିତ ଥିଲେ। ଓଡିଶା ତରଫରୁ ଡାକ୍ତର ଶକ୍ତିବ୍ରତ ମହାନ୍ତି ରାୟଗଡା ପାଇଁ ପୁରସ୍କାର ଗ୍ରହଣ କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପାଇଁ ନିର୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ ଏବଂ ଡୁଙ୍ଗୁରିପାଲି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଡାକ୍ତର ପାର୍ଥ ପ୍ରତୀମ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଓଡିଶାର ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଡାକ୍ତର ବିଜୟ କୁମାର ସ୍ୱାଇଁ ଓ ଡାକ୍ତର ମନୋରଞ୍ଜନ ମହାପାତ୍ର ଏହି ଉତ୍ସବରେ ଯୋଗ ଦେଇଥିଲେ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories