www.samajalive.in
Thursday, December 11, 2025
16.1 C
Bhubaneswar

ଫୋର୍ବସ ଇଣ୍ଡିଆ ଧନୀ ତାଲିକା କ୍ରମାଗତ ୧୨ଥର ପାଇଁ ଅମ୍ବାନୀ ଏକ ନମ୍ବର

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ମୁଖ୍ୟ ମୁକେଶ ଅମ୍ବାନୀ ପୁଣି ଥରେ ହୋଇଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି । ଆମେରିକାର ବିଜ୍‌ନେସ୍‌ ପତ୍ରିକା ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ‘ଫୋର୍ବସ ଇଣ୍ଡିଆ ଧନୀ ତାଲିକା ୨୦୧୯’ରେ ଏହା କୁହାଯାଇଛି। ଅନ୍ୟପକ୍ଷରେ ଶିଳ୍ପପତି ଗୌତମ ଆଦାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। କୌତୂହଳର ବିଷୟ ହେଉଛି ଆଦାନୀ ଚଳିତବର୍ଷ ଏକାଥରେ ୮ଟି ପାହାଚ ଉପରକୁ ଉଠି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଥିବା ଫୋର୍ବସ୍‌ ପକ୍ଷରୁ କୁହାଯାଇଛି। ଫୋର୍ବସ୍‌ ଭାରତୀୟ ଧନୀ ତାଲିକାରେ ଅମ୍ବାନୀ କ୍ରମାଗତ ଭାବେ ୧୨ ଥର ପାଇଁ ଶୀର୍ଷ​‌ରେ ରହି ଏହି ସଫଳତା ପାଇଛନ୍ତି। ପ୍ରକାଶିତ ତଥ୍ୟାନୁଯାୟୀ, ଚଳିତବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୫୧.୪ ବିଲିୟନ୍‌ ଡଲାର (୩.୭ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି। ଚଳିତବର୍ଷ ସେ ତାଙ୍କର ସମ୍ପତ୍ତିରେ ୪.୧ ବିଲିୟନ୍‌ ଡଲାର ଯୋଗ କରିଛନ୍ତି । ସମ୍ପତ୍ତି ପରିମାଣ ଦୃଷ୍ଟିରୁ ବିଚାର କଲେ ମୁକେଶ ଦେଶର ଅନ୍ୟ ଭାରତୀୟ ଧନୀଙ୍କଠାରୁ ବହୁତ ଆଗରେ ରହିଛନ୍ତି। ଅମ୍ବାନୀଙ୍କ ପଛକୁ ଥିବା ଆଦାନୀ ମଧ୍ୟ ସମ୍ପତ୍ତି ପରିମାଣ ଦୃଷ୍ଟିରୁ ମୁକେଶଙ୍କଠାରୁ ଢେର ପଛରେ ରହିଛନ୍ତି। ଆଦାନୀଙ୍କ ସମ୍ପତ୍ତି ପରିମାଣ ୧୫.୭ ବିଲିୟନ୍‌ ଡଲାର ରହିଛି ।ଦୀର୍ଘ ୯ବର୍ଷ ପରେ ଅ​‌ଷ୍ଟ୍ରେଲିଆରେ କୋଇଲା ଖରି ହାସଲ ପରେ ତାଙ୍କର ସମ୍ପତ୍ତିରେ ଏଭଳି ବୃଦ୍ଧି ଘଟିଛି । ତେବେ ଫୋର୍ବସ ଇଣ୍ଡିଆ ଧନୀ ତାଲିକା ୨୦୧୯ରେ ରହିଥିବା ଅନ୍ୟ ଭାରତୀୟ ଧନୀମାନଙ୍କ ମଧ୍ୟରେ ବ୍ୟବସାୟୀ ହିନ୍ଦୁଜା ବ୍ରଦର୍ସ, ନିର୍ମାଣ କ୍ଷେତ୍ରର ପାଲନ୍‌ଜୀ ମିସ୍ତ୍ରୀ, ବ୍ୟାଙ୍କର ଉଦୟ କୋଟାକ୍‌, ଟେକ୍‌ ଟାଇକୁନ୍‌ ଶିବ ନାଦର୍‌, ନିବେଶକ ରାଧାକ୍ରିଷ୍ଣନ୍‌ ଦମାନୀ, ଗୋଦ୍‌ରେଜ୍‌ ପରିବାର, ଲକ୍ଷ୍ମୀ ମିତ୍ତଲ ଏବଂ କୁମାର ବିର୍ଲା ପ୍ରମୁଖ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଜମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ରହିଛନ୍ତି। ଏହି ୧୦୦ ଜଣିଆ ଧନୀ ତାଲିକାରେ ଚଳିତଥର ୬ ଜଣ ନୂଆ ସଦସ୍ୟ ରହିଛନ୍ତି। ବିଜୁସ୍‌ ଆପ୍‌ର ବିଜୁ ରବୀନ୍ଦ୍ରନ୍‌, ହଲ୍‌ଦିରାମ୍‌ର ମନୋହର ଲାଲ ଓ ମଧୁସୂଦନ ଅଗ୍ରୱାଲ ଏବଂ ଜାକୁଆର ରାଜେଶ ମେହରା ଏଥିରେ ନୂଆ କରି ସ୍ଥାନ ପାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଅଜିମ୍‌ ପ୍ରେମ୍‌ଜୀ ଚଳିତବର୍ଷ ଧନୀ ତାଲିକାରେ ସବୁଠାରୁ ବେଶି ତଳକୁ ଖସିଆସିଛନ୍ତି। ସେ ତାଲିକାରେ ନମ୍ବର ୨ରୁ ୧୭କୁ ଖସିଆସିଛନ୍ତି, କିନ୍ତୁ ଏହା ବ୍ୟବସାୟ ଜନିତ କ୍ଷତି ଯୋଗୁ ନୁହେଁ ​‌ବୋଲି ଜଣାଯାଇଛି । ପ୍ରେମଜୀ ତାଙ୍କ ଦାତବ୍ୟ ଅନୁଷ୍ଠାନକୁ ୭୫୦ କୋଟି ଡଲାର ଦାନ କରିଦେବାରୁ ତାଙ୍କର ସମ୍ପତ୍ତିରେ ଏଭଳି ହ୍ରାସ ଘଟିଥିବା ଜଣାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories