www.samajalive.in
Wednesday, December 10, 2025
26.1 C
Bhubaneswar

ମୁସଲମାନଙ୍କ ସପକ୍ଷରେ ରାୟ ଗଲେ ବି ସେମାନେ ହିନ୍ଦୁ ଭାଇମାନଙ୍କୁ ଜମି ହସ୍ତାନ୍ତର କରିଦେବା ଉଚିତ: ଏଏମୟୁ ପୂର୍ବତନ କୁଳପତି

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ଶୁଣାଣି ଶେଷ ହେବାର ଦିନକ ପୂର୍ବରୁ ଆଲିଗଡ଼ ମୁସଲିମ ୟୁନିଭର୍ସିଟି(ଏଏମୟୁ)ର ପୂର୍ବତନ କୁଳପତିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଏମୟୁ ପୂର୍ବତନ କୁଳପତି ତଥା ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ଜମୀର ଉଦ୍ଦିନ ଶାହ କହିଛନ୍ତି, ଦେଶରେ ଶାନ୍ତି ରକ୍ଷା ପାଇଁ ମୁସଲମାନମାନେ ହିନ୍ଦୁ ଭାଇମାନଙ୍କୁ ଜମି ହସ୍ତାନ୍ତର କରିଦେବା ଉଚିତ। କୋର୍ଟ ବାହାରେ ଏହି ବିବାଦର ସମାଧାନ ଲାଗି ମଧ୍ୟ ସେ ମତ ରଖିଛନ୍ତି।

ପୂର୍ବତନ କୁଳପତି କହିଛନ୍ତି, ସୁପ୍ରିମକୋର୍ଟ ଏକ ସ୍ପଷ୍ଟ ଶୁଣାଣି କରିବା ଉଚିତ। ଏହା ପଞ୍ଚାୟତି ଭଳି ହେବା ଉଚିତ ନୁହେଁ। ଯଦି ସୁପ୍ରିମକୋର୍ଟ ମୁସଲମାନଙ୍କ ସପକ୍ଷରେ ରାୟ ଦିଅନ୍ତି, ତେବେ ସେଠାରେ ମସଜିଦ ନିର୍ମାଣ କରିବା କ’ଣ ସମ୍ଭବ କି ? ଏହା ଅସମ୍ଭବ। ଯଦି ମୁସଲମାନଙ୍କ ସପକ୍ଷରେ ରାୟ ଯାଏ, ତା’ହେଲେ ଦେଶରେ ଶାନ୍ତି ରକ୍ଷା ପାଇଁ ମୁସଲମାନମାନେ ହିନ୍ଦୁ ଭାଇମାନଙ୍କୁ ଜମି ହସ୍ତାନ୍ତର କରିଦେବା ଉଚିତ। ଏହି ବିବାଦର ସମାଧାନ ହେବ ଆବଶ୍ୟକ, ଅନ୍ୟଥା ଆମେମାନେ ପରସ୍ପର ମଧ୍ୟରେ ଲଢ଼େଇ କରିବା। କୋର୍ଟ ବାହାରେ ଏହାର ସମାଧାନ ପାଇଁ ମୁଁ ଦୃଢ଼ ଭାବେ ସମର୍ଥନ କରୁଛି ବୋଲି ସେ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories