www.samajalive.in
Wednesday, December 10, 2025
18.1 C
Bhubaneswar

ଉତ୍ତର ପ୍ରଦେଶରେ ହିଟ୍‌ ଆଣ୍ଡ ରନ୍‌; ରାସ୍ତାପାର୍ଶ୍ଵରେ ଶୋଇଥିବା ବେଳେ ଚଢ଼ିଗଲା ବସ, ୭ ତୀର୍ଥଯାତ୍ରୀ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହିଟ୍‌ ଆଣ୍ଡ ରନ୍‌ ଭଳି ମାମଲା ସାମ୍ନାକୁ ଆସିଛି। ରାସ୍ତାପାର୍ଶ୍ଵରେ ଶୋଇଥିବାବେଳେ ବସ୍‌ ଚଢ଼ିଯିବାରୁ ୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ବୁଲନ୍ଦସହରର ଗଙ୍ଗା ନଦୀ ପାଖ ଗାନ୍ଧୀ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୪ ମହିଳା ଏବଂ ୩ ଜଣ ନାବାଳିକା ରହିଛନ୍ତି।

ସୂଚନା ମୁତାବକ, ମୋହନପୁରା ଗ୍ରାମରୁ ୫୬ ଜଣ ତୀର୍ଥଯାତ୍ରୀ ଜାମ୍ମୁ-କାଶ୍ମୀରର ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ​‌ ଫେରିବା ସମୟରେ ଗୁରୁବାର ବିଳମ୍ବିତ ରାତିରେ ଆଗ୍ରା-ମୋରାଦାବାଦ ଜାତୀୟ ରାଜପଥର ଗାନ୍ଧୀ ଘାଟ ନିକଟରେ ଡ୍ରାଇଭର ବସ୍‌ ରଖିଥିଲେ। ପରେ କିଛି ତୀର୍ଥଯାତ୍ରୀ ବସରୁ ବାହାରି ରାସ୍ତାପାର୍ଶ୍ଵରେ ବିଶ୍ରାମ ନେଇଥିଲେ। ଭୋର ପ୍ରାୟ ୪ଟାରେ ଏକ ଦ୍ରୁତଗାମୀ ବସ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତାଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories