www.samajalive.in
Thursday, December 11, 2025
13.1 C
Bhubaneswar

ଦୂର୍ଗାପୂଜା ପାଇଁ ଉତ୍ସବ ମୁଖର ସିନ୍ଧେକେଲା

ସିନ୍ଧେକେଲା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସହର ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ପଡିଛି। କଲସ ଯାତ୍ରା ଠାରୁ ଆରମ୍ଭ ହୋଇଥିବା ସିନ୍ଧେକେଲା ହାଟପଦା ଠାରେ ଗତକାଲି ଶନିବାର ଓ ଆଜି ରବିବାର ମହା ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମଣ୍ଡପରେ ମହାସ୍ନାନ ଓ ରାତ୍ରିରେ ମହାଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସକାଳେ ସନ୍ଧିପୂଜା ଓ କଖାରୁ ବଳି ଦିଆଯାଇଥିଲା। କର୍ତ୍ତା ଭାବରେ ଜୟନ୍ତୀ ଖମାରୀ ଯୋଗ ଦେଇଥିବା ବେଲେ ପୂଜକ ଭାବେ ଯୋଗେଶ୍ୱର ମିଶ୍ର, ଜପକ ପିତାମ୍ବର ମିଶ୍ର, ପାଚକ ଭାବେ ଲିଚୁ ପାଢୀ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। କମିଟିର ସଭାପତି ସନ୍ତୋଷ ନାଏକ, ସମ୍ପାଦକ ଅନୀଲ ନାଏକ, କୋଷାଧ୍ୟକ୍ଷ ଚନ୍ଦନ ସାହୁ, ଉପସଭାପତି ମନୋଜ ଜୈନ, ସହ ସଂପାଦକ ଡମ୍‍ ପାତ୍ର, ପୂର୍ବତନ ସଭାପତି ଉମାକାନ୍ତ ସାହୁ, ନରେଶ ବର୍ମା ପ୍ରମୁଖଙ୍କ ନେତୃତ୍ୱରେ ପୂଜାକୁ ଅଧିକ ଆକର୍ଷଣୀୟ କରିବା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦଣ୍ଡନୃତ୍ୟୁ, ଭଜନ ସମାରୋହ, ସଂଚାର ବାଦକ ଆଦି ଆୟୋଜନ କରାଯାଇଛି। ବିଜୟା ଦଶମୀରେ ବିରାଟ ରାବଣ ପୋଡି ଉତ୍ସବ କାର୍ଯ୍ୟକ୍ରମ ପୂଜା ମଣ୍ଡପ ସମ୍ମୁଖରେ ଆୟୋଜିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories