www.samajalive.in
Wednesday, December 10, 2025
26.1 C
Bhubaneswar

ଡ଼େବ୍ରିଗଡ଼ ଅଭୟାରଣ୍ୟର ୱେବସାଇଟ ଉନ୍ମୋଚିତ

ବୁର୍ଲା: ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ ପକ୍ଷରୁ ଡ଼େବ୍ରିଗଡ଼ ଅଭୟାରଣ୍ୟ ଉପରେ ୱେବସାଇଟ ଉନ୍ମୋଚିତ ହୋଇ ଯାଇଛି। ୫୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଉନ୍ମୋଚିତ ଏହି ୱେବସାଇଟରେ ଅଭୟାରଣ୍ୟ ବାବଦରେ ସମସ୍ତ ତଥ୍ୟ ରହିଛି। ଯାହାଦ୍ବାରା ପରିବେଶ ଏବଂ ବନ୍ୟପ୍ରାଣୀ ପ୍ରେମୀମାନେ ରାଜ୍ୟର ଏହି ସୁନ୍ଦର ପ୍ରାକୃତିକ କେନ୍ଦ୍ର ବାବଦରେ ସବୁପ୍ରକାରର ସୂଚନା ପାଇପାରିବେ। ଏଥିସହିତ ଏହା ଜିଲ୍ଲାର ପର୍ୟ୍ୟଟନକୁ ଆହୁରି ସମ୍ପ୍ରସାରିତ କରିପାରିବ ବୋଲି ଡ଼ିଭିଜନର ଡ଼ିଏଫ୍ଓ ସନତ କୁମାର ଏନ. କହିଛନ୍ତି। ହୀରାକୁଦ ଜଳଭଣ୍ଡାରର କୁଳରେ ଥିବା ଏହି ଅଭୟାରଣ୍ୟ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ୩୫୩.୮୧ ବର୍ଗ କିଲୋମିଟର ଇଲାକାରେ ପରିବ୍ୟାପ୍ତ। ୨୫୦ ପ୍ରଜାତିର ଲତାଗୁଳ୍ମ ଥିବା ଏହି ପ୍ରାକୃତିକ ନବାସରେ ୪୦ ପ୍ରକାରର ବୃହତ ବନ୍ୟପ୍ରାଣୀ, ୨୩୫ ପ୍ରଜାତିର ପକ୍ଷୀ, ୪୧ କିସମର ଶରୀଶୃପ, ୧୨ ପ୍ରଜାତିର ଏମ୍ଫିବିଆନ୍ସ ବା ଜଳ-ସ୍ତଳଜିବୀ ପ୍ରାଣୀ, ୪୨ ପ୍ରଜାତିର ମାଛ, ୮୫ କିସମର ପ୍ରଜାପତି, ୩୮ କିସମର ମକରା ବା ବୁଢିଆଣି, ଏବଂ ୩୧ ପ୍ରଜାତିର ୱେଡ଼ୋନେଟ୍ସ ବା କୀଟପତଙ୍ଗ ଅଛନ୍ତି। ସେହିପରି ଏଠାରେ ବାଘ, ହାତୀ, ହରିଣ, ସମ୍ବର, କୋକିସିଆଳି, ଗୟଳ, ଭାଲୁ ପ୍ରଭୃତି ବନ୍ୟପ୍ରାଣୀ ବାସକରୁଛନ୍ତି। ଅଭୟାରଣ୍ୟର ପାର୍ଶ୍ବରେଥିବା ହୀରାକୁଦ ଜଳଭଣ୍ଡାରକୁ ପ୍ରତିବର୍ଷ ଶୀତ ଋତୁରେ ଲକ୍ଷାଧିକ ବିଦେଶୀ ପରିବ୍ରାଜକ ପକ୍ଷୀ ମଧ୍ୟ ଆସିଥାଆନ୍ତି। ଏହା ବ୍ୟତୀତ ଡ଼ୋବ୍ରିଗଡ଼ ଝରଣା ଏବଂ ଜଳପ୍ରପାତ ପାଇଁ ମଧ୍ୟ ପରିଚିତ। ବାରବଖରାରେ ଥିବା ଝରଣା ପରିବେଷ୍ଟିତ ପଥର ଖୋଳରେ ଶହଶହ ଲୋକ ରହିପାରିବେ। ଏଠାରେ ବୀର ସୁରେନ୍ଦ୍ର ସାଏ ତାଙ୍କ ସାଥୀମାନଙ୍କ ସହିତ ରହିଥିବାର ଜନସ୍ମୃତି ରହିଛି। ଗତ କିଛିବର୍ଷ ହେଲା ବନବିଭାଗ ପକ୍ଷରୁ ଏହି ଅଭୟାରଣ୍ୟର ଉନ୍ନତି ଏବଂ ଏଠାରେ ପର୍ୟ୍ୟଟନ ସୁବିଧା ବିକଶିତ କରିବା ସକାଶେ ପଦକ୍ଷେପ ହାତକୁ ନିଆଯାଇଛି।

ଏଥିରେ ପାର୍ଶ୍ବବର୍ତ୍ତୀ ଇଲାକାରେ ରହୁଥିବା ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି। ଗତ ମଇ ମାସର ଏଠାରେ ଜଙ୍ଗଲ ସଫାରୀ ଉଦଘାଟିତ ହୋଇଛି। ଏଥିରେ ଦୁଇଟି ଖୋଲା ଗାଡ଼ି ନିୟୋଜିତ ହୋଇଛି। ସେହିଭଳି ବିଭାଗ ହୀରାକୁଦ ପାର୍ଶ୍ବର ଦୁଇ ଜଣ ଲେଖାଏ ପର୍ୟ୍ୟଟକ ରହିବା ପାଇଁ ୱାଟର ଫ୍ରଣ୍ଟ କଟେଜ ନାମକ ୫ଟି କଟେଜ ନିର୍ମାଣ କରିଛନ୍ତି। ଏହା ଛଡ଼ା ଚାରୀ ଶଯ୍ୟା ବିଶିଷ୍ଟ ଏକ ଡ଼ୋର୍ମିଟୋରୀ ମଧ୍ୟ ରହିଛି। ନିକଟରେ ପର୍ୟ୍ୟଟକଙ୍କ ରହବା ସକାଶେ ବନବିଭାଗ ବାଇସନ ବ୍ଲକ ନାମକ ଆଠଟି ଡ଼ବଲ ବେଡ଼ କୋଠରୀ ତିଆରି କରିଛନ୍ତି। କୋଟେଜ ମାନଙ୍କରେ ରହିବା ପାଇଁ ୪ ହଜାର ୫ ଶହ ଟଙ୍କା, ଚାରୋଟି ବେଡ଼ଥିବା ଡ଼ର୍ମିଟୋରିରେ ରହିବା ପାଇଁ ୬ ହଜାର ଟଙ୍କା ଏବଂ ବାଇସନ ବ୍ଲକରେ ଗୋଟିଏ କୋଠରୀ ପାଇଁ ପାଞ୍ଚହଜାର ଟଙ୍କା ଭଡ଼ା ଧାର୍ୟ୍ୟ କରାଯାଇଛି। ପ୍ରତି ପ୍ୟାକେଜରେ ଖାଦ୍ୟ, ନୌକାବିହାର, ସଫାରୀ, ଟ୍ରେକିଂ ସୁବିଧାକୁ ସାମିଲ କରାଯାଇଥିବା ପ୍ରକାଶ। ଉନ୍ମୋଚିତ ୱେବସାଇଟରେ ଏହି ସବୁ ତଥ୍ୟ ରହିଥିବା କୁହାଯାଇଛି। ସୂଚନା ଯୋଗ୍ୟ ଯେ, ଗତ କିଛିବର୍ଷ ହେଲା ଏଠାକୁ ପର୍ୟ୍ୟଟକଙ୍କ ଆସିବା ସଂଖ୍ୟା ବୃଦ୍ଦି ପାଇଛି। ସଫାରୀରେ ଆହୁରୀ ମାତ୍ରାରେ ଯାନ ବ୍ୟବହାର ପାଇଁ ବିଭାଗ ନିଷ୍ପତି ନେଇଛନ୍ତି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories