www.samajalive.in
Monday, December 8, 2025
27.1 C
Bhubaneswar

ନବରାତ୍ର ଅବସରରେ ଭ୍ରମଣ ପାଇଁ ଯାଆନ୍ତୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ

ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ ଓଡ଼ିଶାର ଜଗତସିଂହପୁର ଥିବା ମା’ସାରଳାଙ୍କ ମନ୍ଦିର ଅନ୍ୟତମ। ମା’ ସାରଳାଙ୍କୁ ବାକ୍‍ ଦେବୀ ତଥା ଜ୍ଞାନ ଓ ବିଜ୍ଞତାର ଦେବୀ ବୋଲି ମଧ୍ୟ କୁହାଯାଇଥାଏ। ନବରାତ୍ର , ପାର୍ବଣ, ଶାରଦୀୟ ଉତ୍ସବ,ପଣା ସଙ୍କରାନ୍ତି, ଦୋଳ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଏହି ସମସ୍ତ ଉତ୍ସବ ମାନଙ୍କରେ ଏଠାରେ ବହୁ ଜନସମାଗମ ହୋଇଥାଏ। ବହୁ ଭକ୍ତମାନେ ଏଠାକୁ ଆସି ନିଜର ମନସ୍କାମନା ପୂରଣ କରିଥାଆନ୍ତି। ଏଠାକୁ ଭକ୍ତମାନେ ଆସି ଏକ ଅପୂର୍ବ ଶାନ୍ତି ପାଇଥାଆନ୍ତି ବୋଲି ମଧ୍ୟ ମାନ୍ୟତା ରହିଛି।ବହୁ ଲୋକେ ଏଠାରେ ଅନେକ ମାନସିକ କରିଥାଆନ୍ତି। ଭକ୍ତି ଓ ଶ୍ରଦ୍ଧାଭାବ ରଖି ମା’ଙ୍କୁ ଡ଼ାକିଲେ ସମସ୍ତ ଦୁଃଖ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ନବରାତ୍ର ସମୟରେ ଓ ଦଶହରାରେ ମା’ଙ୍କ ପାଖେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ବିଭିନ୍ନ ପ୍ରକାର ଫଳମୂଳ, ଅନ୍ୟାନ୍ୟ ଭୋଗ ସହିତ ମା’ଙ୍କୁ ବିଭିନ୍ନ ପୁଷ୍ପରେ ସଜାଯାଇଥାଏ। ମା’ଙ୍କର ଦିବ୍ୟ ରୂପକୁ ଦେଖି ଖୁବ ଆନନ୍ଦ ଲାଗିଥାଏ। ବହୁ ଦୂରଦୁରାନ୍ତରରୁ ଲୋକେ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଆସିଥାଆନ୍ତି।
ମନ୍ଦିରର ଚତୁଃପାଶ୍ୱର୍ରେ ବହୁ ଦେବାଦେବୀ ମଧ୍ୟ ରହିଛନ୍ତି। ମନ୍ଦିରର କାରୁକାର୍ଯ୍ୟ ଓ ଶୋଭା ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହି ସ୍ଥାନଟି ପରିପୂର୍ଣ୍ଣ ଅଟେ।
ଗମନାଗମନ ଦୃଷ୍ଟିରୁ ନିକଟତମ ରେଳ ଷ୍ଟେସନ ହେଉଛି କଟକ। ସେଠାରୁ ଟ୍ୟାକ୍ସି ମାଧ୍ୟମରେ ମନ୍ଦିରକୁ ଯାଇପାରିବେ।
ନିକଟତମ ବିମାନବନ୍ଦର ହେଉଛି ଭୁବନେଶ୍ୱର।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories