www.samajalive.in
Monday, December 8, 2025
27.1 C
Bhubaneswar

ଡିଆରଡିଓ ପକ୍ଷରୁ ସ୍ଵଚ୍ଛ ଭାରତ ଓ ପ୍ଲାଷ୍ଟିକ ବିରୋଧୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ)ର ସହାୟକ ସଂସ୍ଥା ‘ଓ ଆଣ୍ଡ ଏମ (ଏଡି ରାଡାର୍‌ସ)’ ୟୁନିଟ୍ ଭୁବନେଶ୍ବର ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ଵର କାର୍ଯ୍ୟାଳୟଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ମୁଖ୍ୟ ସିଷ୍ଟମ ଇଞ୍ଜିନିୟର ତଥା ବରିଷ୍ଠ ବୈଜ୍ଞାନିକ ନୀଳାଦ୍ରି ରାୟ ଅନ୍ୟ ସମସ୍ତ ସଦସ୍ୟମାନଙ୍କ ସହିତ ମିଶି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ସଂଘର୍ଷମୟ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିବା ସହିତ ଗାନ୍ଧିଜୀଙ୍କ ନୀତିକୁ ଜୀବନର ପ୍ରତିଟି କ୍ଷେତ୍ରରେ ଆପଣାଇବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଏକ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ବରିଷ୍ଠ ବୈଜ୍ଞାନିକ ଶୁଭାଶିଷ ମାରାଣ୍ଡି ଓ ସୁଦର୍ଶନ ଜେନା ସ୍ୱଚ୍ଛତା ଏବଂ ସୁସ୍ଥ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ।” ସ୍ୱଚ୍ଛ ଭାରତରୁ ହିଁ ସୃଷ୍ଟି ହେବ ସୁସ୍ଥ ଭାରତ” କାର୍ଯ୍ୟକ୍ରମର ମୁଖ୍ୟ ସ୍ଳୋଗାନ ଥିଲା। ସମସ୍ତ ସଦସ୍ୟ ନିଜ ଅଫିସ ପରିସରକୁ ସଫା ରଖିବା ପାଇଁ ଶପଥ ନେଇଥିଲେ। ପରେ ସମସ୍ତେ ଏକ ପ୍ରଚାର ଶୋଭାଯାତ୍ରାରେ ବାହାରି ଫରେଷ୍ଟ ପାର୍କ ଛକଠାରୁ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବକୁ ସଫା କରିଥିଲେ। ରାସ୍ତାରେ ଯାଉଥିବା ଜନସାଧାରଣ ଓ ଦୋକାନୀମାନଙ୍କୁ ସ୍ୱଚ୍ଛତା ଉପରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ପ୍ଲାଷ୍ଟିକ ଦ୍ୱାରା ଆମ ସୁନ୍ଦର ପରିବେଶ କିଭଳି ଭାବରେ ପ୍ରଦୂଷିତ ହେଉଛି ସେ ବିଷୟରେ ବୁଝାଇଥିଲେ। ଟେକ୍ନିକାଲ ଅଫିସର ନରେନ୍ଦ୍ର ମହାପାତ୍ର, ଶୁଭେନ୍ଦୁ କାନୁନଗୋ, ଅଜୟ ମିଶ୍ର ଓ କ୍ଷୀରୋଦ ମଲ୍ଲିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories