www.samajalive.in
Monday, December 8, 2025
27.1 C
Bhubaneswar

ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ “ପର୍ଯ୍ୟଟନ ପର୍ବ” : ଧର୍ମେନ୍ଦ୍ର ପ୍ରଧାନ

: -ପୂର୍ବ ଭାରତର ପର୍ଯ୍ୟଟନ ସ୍ଥଳୀ, ହସ୍ତତନ୍ତ, ଲୋକ କଳା ଓ ଲୋକ ସଭ୍ୟତା ଦେଖିବାକୁ ନିମନ୍ତ୍ରଣ
-ଦେଶର ରୋଜଗାର, ରାଜସ୍ୱ ବୃଦ୍ଧି କରିବାରେ ପର୍ଯ୍ୟଟନ ଶିଳ୍ପର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା
-ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ଦେଶର ପ୍ରତି ଜିଲ୍ଲାରେ ବିଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି। ବୁଧବାର ଉଦ୍‍ଘାଦିତ ହୋଇଯାଇଥିବା ୪ର୍ଥ ପର୍ଯ୍ୟଟନ ପର୍ବ ଦେଶର ପର୍ଯ୍ୟଟନକୁ ନୂତନ ପରିଚୟ ଦେବ ବୋଲି ଆଜି ନୂଆଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

- Advertisement -

ବିଶ୍ୱର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଆଦର୍ଶ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଦିବସରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବା ଆନନ୍ଦର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ପର୍ଯ୍ୟଟନ ଓ ସଂସ୍କୃତି ଦେଶର ପରିଚୟ । ପର୍ଯ୍ୟଟନ ଓ ସଂସ୍କୃତିର ପ୍ରସାର ଗୋଟିଏ ସମାଜକୁ ପରିଚୟ ପାଇଥାଏ । ପର୍ଯ୍ୟଟନ ଶିଳ୍ପ ଦେଶର ଅର୍ଥନୀତି ଓ ରୋଜଗାର ଦିଗରେ ୧୨ ପ୍ରତିଶତ ଲୋକଙ୍କ ଦାୟିତ୍ୱ ନିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସମସ୍ତ ଲୋକଙ୍କୁ ଭାରତର ବିଭିନ୍ନ ସ୍ଥାନ ବୁଲିବା ପାଇଁ ନିମନ୍ତ୍ରଣ କରିଛନ୍ତି। ପର୍ଯ୍ୟଟନ ବୃଦ୍ଧିରେ, ହସ୍ତତନ୍ତ, ଉତ୍ତମ ବ୍ୟବହାର ଆଦି କେବଳ ବିଷୟ ନୁହେଁ ବରଂ ଦେଶର ରୋଜଗାର, ରାଜସ୍ୱ ବୃଦ୍ଧିରେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ସହାୟକ ହୋଇଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦେଶର ବଡ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତକୁ ନୂଆ ରୂପରେ ସଜାଇ ଦୁନିଆ ସାମ୍ନାରେ ଦେଖାଇବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଉପସ୍ଥିତ ଲୋକ ଓ ଏଜେନ୍ସି ପ୍ରତିନିଧିଙ୍କୁ ଦେଶର ବିଭିନ୍ନ ପଯ୍ୟଟନସ୍ଥଳି ବିଶେଷ ଭାବରେ ପୂର୍ବ ଭାରତକୁ ପରିଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବ ଭାରତର ସମୁଦ୍ର ବେଳାଭୂମି, ଜଙ୍ଗଲ, ଗାଁ ଲୋକଙ୍କ ଜୀବନଶୈଳି, ହସ୍ତତନ୍ତ, ଖାଦ୍ୟପେୟ, ଲୋକ କଳା,ଲୋକ ସଭ୍ୟତା, ସମ୍ବଲପୁରୀ ଓ ଝାଡଖଣ୍ଡର ବୟନ ଶିଳ୍ପ ଦେଖିବା ଓ ଜାଣିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ନିମନ୍ତ୍ରଣ ଦେଇଥିଲେ। ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‍ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories