ଭୁବନେଶ୍ୱରରେ ଅବତରଣ କଲା ୬ ବିମାନ

0

ଭୁବନେଶ୍ୱର : କଲକାତା ଅଭିମୁଖେ ଯାଉଥିବା ଛଅଟି ବିମାନକୁ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ଖରାପ ପାଗ ହେତୁ କଲକାତା ବିମାନବନ୍ଦରରେ ବିମାନ ଅବତରଣ କରିବା ସମ୍ଭବ ହୋଇ ନଥିଲା। ତେଣୁ ସୁରକ୍ଷାମୂଳକ ପଦକ୍ଷେପ ସ୍ୱରୂପ ୬ଟି ବିମାନକୁ ଭୁବନେଶ୍ୱରରେ ଅବତରଣ କରାଯାଇ ଥିଲା। ଇଣ୍ଡିଗୋର ଦୁଇଟି ବିମାନ ସମେତ ଏୟାର ଇଣ୍ଡିଆ, ଭିସ୍ତାର, ଗୋ-ଏୟାର ଓ ଜେଟ୍‍ ଏୟାରୱେଜ୍‍ର ଗୋଟିଏ ଲେଖାଏଁ ବିମାନ ଭୁବନେଶ୍ୱରରେ ଓହ୍ଲାଇ ଥିଲା। ହସ୍ତଗତ ସୂଚନା ଅନୁସାରେ ଇଣ୍ଡିଗୋ ଏୟାର ଲାଇନ୍ସର ବେଙ୍ଗାଲୁରୁ-କଲକାତା, ପାଟନା-କଲକାତା, ଜେଟ୍‍ ଏୟାରୱେଜ୍‍ର ନୂଆଦିଲ୍ଲୀ-କଲକାତା ଏବଂ ଏୟାର ଇଣ୍ଡିଆ ମୋହନବାରି-କଲକାତା ବିମାନ ସେଠାରେ ଅବତରଣ କରିବା ପାଇଁ ପହଞ୍ଚି ଥିଲେ।
ସେହିପରି ପୋର୍ଟ ବ୍ଲେୟାର-କଲକାତା ଭିସ୍ତାର ଏବଂ ବାଗଡୋଗ୍ରା-କଲକାତା ଗୋ-ଏୟାର ବିମାନକୁ ମଧ୍ୟ ଅବତରଣ ପାଇଁ ପହଞ୍ଚି ଥିଲା। ତେବେ ଆଜି ଅପରାହ୍ନ ୨ଟାରୁ କଲକାତାରେ ପ୍ରବଳ ବର୍ଷା ହେବାରୁ ରନୱେରେ ପାଣି ଜମି ଯାଇଥିଲା ଏବଂ ଭିଜିବିଲିଟି ମଧ୍ୟ କମ୍‍ ଥିଲା। ଏଭଳି ସ୍ଥିତିରେ ବିମାନକୁ ସୁରକ୍ଷିତ ଓହ୍ଲାଇବା କଷ୍ଟସାଧ୍ୟ। ତେଣୁ ସେଠାକାର ଏସିଟି ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ଟି ବିମାନକୁ ଭୁବନେଶ୍ୱର ଯାଇ ଅବତରଣ କରିବା ପାଇଁ ନିର୍ଦେଶ ଦେଇଥିଲା।

Leave A Reply