www.samajalive.in
Tuesday, December 9, 2025
17.1 C
Bhubaneswar

ବାପାଙ୍କ ଚଳଚ୍ଚିତ୍ରରେ ଅର୍ଜୁନ କପୁର

ମୁମ୍ବଇ: ବୋନି କପୁର ନିକଟରେ ଘୋଷଣା କରିଛନ୍ତି ସୁପରହିଟ୍ ତାମିଲ ଚଳଚ୍ଚିତ୍ର ‘କୋମାଲି’ର ହିନ୍ଦୀ ରିମେକ୍‌ରେ ତାଙ୍କ ପୁଅ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ଦେଖାଦେବେ। ଅର୍ଜୁନ ଯେତେବେଳେ କ୍ୟାରିୟର ଆରମ୍ଭ କଲେ, ବୋନି ତାଙ୍କୁ ସେଭଳି ସାହାଯ୍ୟ କରିପାରିନଥିଲେ। ଏ କଥା ପାଇଁ ତାଙ୍କ ମନରେ ଦୁଃଖ ଥିଲା। ବୋନିଙ୍କ ପ୍ରଥମ ପତ୍ନୀ ମୋନା କପୁରଙ୍କ ପୁଅ ହେଉଛନ୍ତି ଅର୍ଜୁନ ଓ ଝିଅ ଅଂଶୁଲା। ଦ୍ବିତୀୟ ପତ୍ନୀ ଶ୍ରୀଦେବୀଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି। ବୋନି କହିଛନ୍ତି, ଅର୍ଜୁନ, ଜାହ୍ନବୀ ଓ ଖୁସି ତିନିହେଁ ଚଳଚ୍ଚିତ୍ର ଜଗତରେ କ୍ୟାରିୟର କରିବେ ବୋଲି ସେ ବହୁ ପୂର୍ବରୁ ଜାଣିଥିଲେ। ବଡ଼ ଝିଅ ଅଂଶୁଲା କିନ୍ତୁ ଏ କ୍ଷେତ୍ର ପ୍ରତି କେବେହେଲେ ଆଗ୍ରହୀ ନଥିଲେ। ପାଠପଢ଼ାରେ ସବୁବେଳେ ଆଗୁଆ ଥିବା ଅଂଶୁଲା ଖୁବ୍ ଶୀଘ୍ର ନଜର ଅନ୍-ଲାଇନ୍ ବ୍ୟବସାୟ ଆରମ୍ଭ କରିବେ। ଅର୍ଜୁନଙ୍କ ଏହି ଆଗାମୀ ଚଳଚ୍ଚିତ୍ରର କାମ ଡିସେମ୍ବର ପରେ ଆରମ୍ଭ ହେବାର ଯୋଜନା ରହିଛି। ଅର୍ଜୁନଙ୍କ ସହ କଳାକାର ଭାବେ ଏଥିରେ ଦୀପିକା ପାଦୁକୋନ୍ କାମ କରିପାରନ୍ତି। ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories