www.samajalive.in
Monday, December 8, 2025
27.1 C
Bhubaneswar

ଜୈବ ଇନ୍ଧନ ସମ୍ମିଳନୀ -୨୦୧୯; ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଆମର ଲକ୍ଷ୍ୟ -ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ସୋମବାର ସିଆଇଆଇ ପକ୍ଷରୁ ଆୟୋଜିତ ଜୈବ ଇନ୍ଧନ ଶକ୍ତି ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଦେଶର ଅନ୍ନଦାତା ଚାଷୀ ଭାଇଙ୍କୁ ଉର୍ଜା ଦାତା କରିବା ଭାରତ ସରକାରଙ୍କର ପ୍ରଥମିକତା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ‘ଫାର୍ମ ଟୁ ଫୁଏଲ’ ଉଦଘାଟନ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କୃଷି ବର୍ଜ୍ୟ, ଆଦିବାସୀ ଅର୍ଥନୀତିର କେନ୍ଦ୍ର ବିନ୍ଦୁ ଲଘୁ ବନଜାତ ବର୍ଜ୍ୟରୁ ଇଥାନଲ ପ୍ରସ୍ତୁତି ଆମକୁ ପେଟ୍ରୋଲ ଡିଜେଲ୍‍ ପରି ଫସିଲ୍‍ ଉର୍ଜା ଆମଦାନୀକୁ କମ୍‍ କରିବାରେ ସହାୟକ ହେବ। ଏହାଦ୍ୱାରା ଆମର ଆମଦାନୀ କମ୍‍ ହୋଇ ଅର୍ଥନୀତି ମଜବୁତ୍‍ ହେବା ସହ ଚାଷୀ ଭାଇମାନଙ୍କର ମଧ୍ୟ ଆର୍ଥିକ ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଶ୍ୱରେ ଉର୍ଜା କ୍ଷେତ୍ର ଅନ୍ୟ କ୍ଷେତ୍ରମାନଙ୍କ ଠାରୁ ଭିନ୍ନ ଅଟେ। ଭାରତ ସରକାର ଗରିବରୁ ଧନୀ ସମସ୍ତଙ୍କ ନିକଟରେ ଶସ୍ତା ଏବଂ ସୁସ୍ଥ ଇନ୍ଧନ ପହଞ୍ଚାଇବା ଦିଗରେ କାମ କରୁଛନ୍ତି। ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ୧ନମ୍ବର ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ ହେବ ବୋଲି ସେ କହିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ୟୁଏସ୍‍ ଏଲଏନଜି ଆମଦାନୀ ପାଇଁ ଭାରତ ଏବଂ ୟୁଏଇ ମଧ୍ୟରେ କ୍ଷେତ୍ରରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏଥିରୁ ଭାରତର ପରିବେଶ ସହଯୋଗୀ ବା ସ୍ୱଚ୍ଛ ଇନ୍ଧନକୁ ବୃଦ୍ଧି କରିବାର ଯେଉଁ ଦାୟିତ୍ୱ ତାହା ପରିଲକ୍ଷିତ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ଏବଂ ଆମେରିକା ଭଳି ଇଥାନଲ, ୨ଜି ଇଥାନଲ୍‍, ବାୟୋଡିଜେଲ୍‍ ଏବଂ କମ୍ପ୍ରେସଡ୍‍ ବାୟୋ ଗ୍ୟାସକୁ ନେଇ ଆମେ ଦୁନିଆର ଭୌଗଳିକ ସ୍ଥିତିକୁ ବଦଳାଇପାରିବା। ମୋଦୀ ସରକାର ଅନ୍ନଦାତାଙ୍କୁ ଉର୍ଜାଦାତା ବନେଇବା ପାଇଁ ଚଳିତ ବଜେଟରେ ବାୟୋ ଅର୍ଥନୀତିକୁ ସାମିଲ କରିଛନ୍ତି। ଜୈବ ଶକ୍ତି କ୍ଷେତ୍ରକୁ ମଜବୁତ୍‍ କରାଗଲେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଅନ୍ନଦାତା ଉର୍ଜାଦାତା ହୋଇପାରିବେ। ସେହିପରି ୨ଜି ଇଥାନଲ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories