www.samajalive.in
Wednesday, December 10, 2025
26.1 C
Bhubaneswar

ମାନସିକ ବିକାରଗ୍ରସ୍ଥ ମହିଳାଙ୍କୁ ଅସଦବ୍ୟବହାର ; ୩ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ଗତକାଲି ବିଳମ୍ବିତ ରାତିରେ ୩ଜଣ ଉଦଭ୍ରାନ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ଥ ମହିଳାଙ୍କୁ ଅସଦବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଥିଲା। ସୋମବାର ଏହାର ପ୍ରତିବାଦରେ କରଞ୍ଜମାଳ ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏହି ଉସ୍ତୃଙ୍ଖଳିତ ୩ଜଣ ଯୁବକଙ୍କୁ ବାନ୍ଧି ପିଟୁଥିବା ନଜରକୁ ଆସିଥିଲା। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ କରଞ୍ଜମାଳ ଛକରେ ଜଣେ ମାନସିକ ବିକରାଗ୍ରସ୍ଥ ମହିଳା ବୁଲିଥିବା ବେଳେ କରଞ୍ଜମାଳ ପଞ୍ଚାୟତର ସୁରେନ୍ଦ୍ର ବାରିକ,ପାଗଳ ଦାସଏବଂ ବୁଦ୍ଧିଆ ମାଝୀ ଏକ ସ୍କୁଟିରେ ଆସି ସେହି ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇବା ସହ ବିଚ ରାସ୍ତାରେ ତାକୁ ଟଣାଓଟରା କରିଥିଲେ। ମାନସିକ ବିକାରଗ୍ରସ୍ଥ ମହିଳା ଅନ୍ୟଉପାୟ ନପାଇ ନିକଟସ୍ଥ ଅଜୟ ମାଝୀଙ୍କ ଘରକୁ ଦୌଡି ପଳାଇ ଯାଇଥିଲା। ସେଠାରେ ଏହି ମହିଳାଙ୍କ ଦେହରେ କିଛି ବସ୍ତ୍ର ନଥିବା ଦେଖି ଅଜୟଙ୍କ ପରିବାର ଏକ ଶାଢୀ ଦେଇଥିଲେ। ପରେ ଏହି ୩ଜଣ ଯୁବକଙ୍କୁ ସ୍ଥାନୀୟ ଜନସାଧାରଣ କାହିଁକି ମାନସିକ ବିକାରଗ୍ରସ୍ଥ ମହିଳାଙ୍କୁ ଏପରି ବ୍ୟବହାର କରୁଛ ବୋଲି ପଚାରିବାରୁ ସେମାନେ ଅଭଦ୍ର ଭାଷାରେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ସୋମବାର ସନ୍ଧ୍ୟା ସମୟରେ ଗ୍ରାମବାସୀ ଏକତ୍ରିତ ହୋଇ ଏହି ଉସ୍ତୃଙ୍ଖଳିତ ୩ ଯୁବକଙ୍କୁ ବାନ୍ଧି ପିଟିଥିବା ଜଣାପଡିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories