www.samajalive.in
Wednesday, December 10, 2025
26.1 C
Bhubaneswar

ହୁସିଆର ଆତଙ୍କବାଦୀ ! ହୋଇପାରେ ବାଲାକୋଟଠାରୁ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ : ବିପିନ୍‍ ରାୱତ

ଚେନ୍ନଇ : ବାଲାକୋଟ୍‍ ଅଞ୍ଚଳରେ ଆତଙ୍କବାଦୀମାନେ ପୁନଃ ସକ୍ରିୟ ହୋଇଥିବାର ଖବର ମିଳିଛି।  ପ୍ରାୟ ୫୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଗୁଇନ୍ଦା ସୂଚନା ମିଳିଛି। ତେବେ ଭାରତୀୟ ଯବାନମାନେ ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେନା ବାହିନୀ ମୁଖ୍ୟ ଜେନେରାଲ୍‍ ବିପିନ୍‍ ରାୱତ କହିଛନ୍ତି।

ଚେନ୍ନଇରେ ଏକ ଉତ୍ସବ ଅବସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ଭାରତୀୟ ବିମାନ ବାହିନୀ ଦ୍ୱାରା ବାଲାକୋଟରେ ଥିବା ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ସେମାନେ ପୁନଃ ସକ୍ରିୟ ହୋଇଥିବା  ଜଣାପଡ଼ିଛି। ପୁଣିଥରେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ? ବୋଲି ସାମ୍ବାଦିକଙ୍କ ପ୍ରଶ୍ନର
ଉତ୍ତରରେ ଜେନେରାଲ୍‍ ରାୱତ୍‍ କହିଛନ୍ତି, ତାଠାରୁ ଅଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ। ସେ କହିଛନ୍ତି, ଭାରତ କ’ଣ କରିପାରିବ ଶତ୍ରୁପକ୍ଷ ସେ ବିଷୟରେ ଅନୁମାନ କରିବା ମଧ୍ୟ କଷ୍ଟ ସାଧ୍ୟ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories