www.samajalive.in
Thursday, December 11, 2025
14.1 C
Bhubaneswar

ଆଶୀର୍ବାଦ ଅସୁସ୍ଥ ; କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓସିଏର ପୂର୍ବତନ ସମ୍ପାଦକ ତଥା ଏଟି ଚିଟ୍‍ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡା ଜେଲରେ ଥିବା ଆଶୀର୍ବାଦ ବେହେରା ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଝାରପଡା ଜେଲରୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ୨୦୧୧ରେ ଓଡିଶା ପ୍ରିମିୟମ ଲିଗ୍‍ ବା ଓପିଏଲ୍‍ ର ପ୍ରାୟୋଜକ ପାଇଁ ଏଟି ଚିଟଫଣ୍ଡ କମ୍ପାନୀଠାରୁ ଓସିଏ ୧ କୋଟି ଟଙ୍କା ଆଣିଥିଲେ। ସେହିସମୟରେ ଆଶୀର୍ବାଦ ବେହେରା ଓସିଏର ସମ୍ପାଦକ ଥିଲେ। ଅଭିଯୋଗ ହୋଇଥିଲା ଏଟି ଚିଟଫଣ୍ଡ କମ୍ପାନୀ ଓପିଏଲର ପ୍ରୟୋଜକ ହେବାପରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇଥିଲା ଏବଂ ସାଧାରଣ ଲୋକେ ଏଥିରେ ଟଙ୍କା ନିବେଶ କରିଥିଲେ। କିନ୍ତୁ ପରେ ଆଶୀର୍ବାଦଙ୍କୁ ଟଙ୍କାର ହିସାବ ମଗା ଯାଇଥିଲେ ମଧ୍ୟ ତାହା ସେ ଦେଇପାରିନଥିଲେ। ତାଙ୍କୁ ବହୁଥର ପଚରାଉଚରା କରିବାପରେ ସିବିଆଇ ତାଙ୍କୁ ଗିରଫ କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories