www.samajalive.in
Wednesday, December 10, 2025
26.1 C
Bhubaneswar

ବାଦଲ ଘର ଭାବେ ପରିଚିତ ଏହି ସ୍ଥାନ , ବୁଲିବାକୁ ଗଲେ ନିଜ ସହ ଆଣିବେ ସ୍ମରଣୀୟ ଅନୁଭୂତି

ମେଘାଳୟ ଯାହାକୁ ବାଦଲମାନଙ୍କ ଘର ବୋଲି ମଧ୍ୟ କୁହାଯାଏ। ଏହି ସୁନ୍ଦର ପାର୍ବତୀୟ ରାଜ୍ୟ ଯେଉଁଠାରେ ବରଫାବୃତ ପାହାଡ଼, ମନମୁଗ୍ଧକର ଝରଣା, ବିଭିନ୍ନ ପ୍ରକାରର ଫୁଲ ଏଠାକାର ବିଶେଷତ୍ୱ ଅଟେ। ଏଠାରେ ଏକ ପ୍ରକାର ଆଦିବାସୀ ସମ୍ପ୍ରଦାୟ ଲୋକେ ମଧ୍ୟ ରହିଛନ୍ତି। ଏଠାକୁ ଭ୍ରମଣ ପାଇଁ ଗଲେ ଆପଣ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ନିଜ ସାଥିରେ ନେଇ ଫେରିବେ। ଜାଣନ୍ତୁ ଏଠାକାର କେତେକ ପ୍ରସିଦ୍ଧ ସ୍ଥାନ ବିଷୟରେ….
ଆପଣ ପ୍ରଥମ ଦିନ ଗୌହାଟି ବିମାନବନ୍ଦର ଠାରେ ଓହ୍ଲାଇ ଶିଲଙ୍ଗକୁ ଯାଆନ୍ତୁ। ଶିଲଙ୍ଗ ଗୌହାଟି ଠାରୁ ପ୍ରାୟ ୧୩୨ କିଲୋମିଟର ଦୂରରେ ଅବସ୍ଥିତ। ଶିଲଙ୍ଗ ଠାରେ ଆପଣ ୪ ଘଣ୍ଟାରେ ପହଞ୍ଚି ଯିବେ। ଶିଲଙ୍ଗ ଯାଇ ଆପଣ ପୋଲୋ ଗ୍ରାଉଣ୍ଡସ ବୁଲିବାକୁ ଯାଇପାରିବେ। ଏହାସହ ଆପଣ ନିକଟରେ ଥିବା ମାର୍କେଟ ଯାଇ ସେଠାରେ ସପିଂ କରିବା ସହ ବିଭିନ୍ନ ଖାଦ୍ୟପେୟର ମଧ୍ୟ ମଜା ନେଇପାରିବେ।
ମେଘାଳୟ ଯାତ୍ରାର ଦ୍ୱିତୀୟ ଦିନରେ ଶିଲଙ୍ଗର ଆଖପାଖ ସ୍ଥାନକୁ ବୁଲିବାକୁ ଯାଇପାରିବେ। ଏଠାରେ ଥିବା ୱିଲିୟମସନ ସଙ୍ଗମା ଷ୍ଟେଟ ମ୍ୟୁଜିୟମକୁ ବୁଲିବାକୁ ନିଶ୍ଚୟ ଯାଆନ୍ତୁ। ଏହାସହ ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେବାକୁ ଚାହୁଁଛନ୍ତି ସହରର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ୱାଡ୍ସ ହ୍ରଦ ବୁଲିପାରିବେ। ଶିଲଙ୍ଗରେ ବହୁତ ଚର୍ଚ୍ଚ ମଧ୍ୟ ରହିଛି, ଯାହାର କାରୁକାର୍ଯ୍ୟ ବେଶ ସୁନ୍ଦର ଅଟେ।
ଶିଲଙ୍ଗ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ମାୱଫଲଙ୍ଗରେ ଥିବା ମାୱଫଲଙ୍ଗ ପବିତ୍ର ଉପବନ ରହିଛି। ଏଠାକାର ଆଦିବାସୀ ମାନଙ୍କ ପାଇଁ ଏହି ସ୍ଥାନ ପୂଜନୀୟ ଅଟେ। ଆପଣ ଏଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ଭିନ୍ନ ଅନୁଭୂତି ପାଇପାରିବେ।
ଆପଣ ନିଜ ଯାତ୍ରାର ତୃତୀୟ ଦିନରେ ଶିଲଙ୍ଗର ନିକଟରେ ଥିବା କେତେକ ମନ୍ଦିର ଯାଇ ବୁଲିପାରିବେ। ଏହାସହ ଆପଣ ଚେରାପୁଞ୍ଜି ମଧ୍ୟ ଭ୍ରମଣ ପାଇଁ ଯାଇପାରିବେ। ଦୁନିଆର ଅନ୍ୟାନ୍ୟ ସ୍ଥାନ ମାନଙ୍କ ମଧ୍ୟରୁ ଏଠାରେ ଅଧିକ ବର୍ଷା ହୁଏ। ଗଛର ବିଭିନ୍ନ ଅଂଶରୁ ଫୁଟିଥିବା ଫୁଲ ଏଠାକାର ମୁଖ୍ୟ ଆକର୍ଷଣ।
ଶିଲଙ୍ଗର ଏହି ସବୁ ସ୍ଥାନ ବ୍ୟତୀତ ଆପଣ ଉମିୟମ ହ୍ରଦ ବୁଲିବାକୁ ଯାଇପାରିବେ। ଏଠାକାର ସୁନ୍ଦର ପ୍ରାକୃତିକ ଦୃଶ୍ୟ ମନମୁଗ୍ଧ କରିଥାଏ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories